ଆସନ୍ତାକାଲି ପବିତ୍ର ଘୋଷଯାତ୍ରା । ଚଳଚଞ୍ଚଳ ପୁରୀ । ବଡଦାଣ୍ଡକୁ ଭକ୍ତଙ୍କ ସୁଅ ଛୁଟିବା ଆରମ୍ଭ ହୋଇଯାଇଛି । 1971 ମସିହା ପରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ନେତ୍ରୋତ୍ସବ, ନବ ଯୌବନ ଦର୍ଶନ ଓ ଘୋଷଯାତ୍ରା ପଡୁଥିବାରୁ ତଦନୁଯାୟୀ ନୀତିକାନ୍ତି ନିର୍ଘଣ୍ଟ ହୋଇଛି । ତେଣୁ ସକାଳ ପରିବର୍ତ୍ତେ ଦିନ ଗୋଟାଏ ଦଶରୁ ତିନିଠାକୁରଙ୍କ ଆରମ୍ଭ ହେବ ପହଣ୍ଡି । ଦିନ ସାଢେ ଦୁଇଟା ସୁଦ୍ଧା ପହଣ୍ଡି ସରିବା ପରେ ଛେରାପହଁରା କାର୍ଯ୍ୟ ହେବ । ରଥଟଣା ହେଲାବେଳକୁ ଅପରାହ୍ନ ପାଞ୍ଚଟା ହୋଇଯିବ । ତେଣୁ ଅଳ୍ପବାଟ ରଥଟଣା ସରିବା ପରେ ପୁଣି ସୋମବାର ସକାଳୁ ତିନିରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟଣାଯିବ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୃଙ୍ଖଳାର ସହ ରଥଯାତ୍ରା ସଂପନ୍ନ କରିବା ପାଇଁ ପୁରୀରେ 180 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ପ୍ରଭାତୀ ପରିଡା ସ୍ବଚ୍ଛ ଭାରତ ଅଭିଯାନ କ୍ରମରେ ବଡଦାଣ୍ଡ ସଫେଇରେ ସାମିଲ ହୋଇଛନ୍ତି । ହାତରେ ଝାଡୁ ଧରି ମୁଖ୍ୟମନ୍ତ୍ରୀ ବଡଦାଣ୍ଡ ସଫା କରି ସମସ୍ତଙ୍କୁ ସ୍ବଚ୍ଛ ଭାରତର ବାର୍ତ୍ତା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here