ନୂଆ ରାଜ୍ୟପାଳ ରଘୁବର ଦାସ ସପରିବାର ଓଡିଶାରେ ପହଞ୍ଚିଛନ୍ତି । ଆଜି ଟ୍ରେନ ଯୋଗେ ପୁରୀରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପରେ ସେ ରାଜଭବନରେ ଆସି ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରମିଳା ମଲ୍ଲିକ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି । ଆସନ୍ତାକାଲି ସେ ପଦ ଓ ଗୋପନୀୟତାର ଶପଥ ନେବେ । ରାଜଭବନର ଅଭିଷେକ ହଲରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ହାଇକୋର୍ଟ ମୁଖ୍ୟ ବିଚାରପତି ବିଦ୍ୟୁତ ରଂଜନ ଷଡଙ୍ଗୀ ତାଙ୍କୁ ଶପଥ ପାଠ କରାଇବେ । ତେବେ ଶପଥ ଗ୍ରହଣ ପୂର୍ବରୁ ସେ ଲିଙ୍ଗରାଜ ମନ୍ଦିର ଯାଇ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ରଘୁବର ଦାସ ଓଡିଶାର 26 ତମ ରାଜ୍ୟପାଳ ଭାବେ ଶପଥ ନେବେ ।
ଓଡିଶାର ରାଜ୍ୟପାଳ ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ପାଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି କହିଛନ୍ତି । ଗରିବ ଓ ନିଷ୍ପେସିତ ଲୋକଙ୍କ ପାଇଁ ସେ କାର୍ଯ୍ୟ କରିବେ ଏଭଂ ଓଡିଶାର ବିକାଶକୁ ସେ ପ୍ରାଧାନ୍ୟ ଦେବେ ବୋଲି ଶ୍ରୀ ଦାସ କହିଛନ୍ତି । ଓଡିଶାର ରାଜଭବନ ସର୍ବଦା ଲୋକଙ୍କ ପାଇଁ ଖୋଲା ରହିବ ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here