ସତ୍ୟବାଦୀରେ ଓଡିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଐତିହ୍ୟ କ୍ୟାବିନେଟର ନିଷ୍ସତ୍ତି ଐତିହାସିକ. ଏଥିପାଇଁ ସରକାର 25 ଏକର ଜମି ଯୋଗାଇଦେବେ. ପଞ୍ଚସଖାଙ୍କ ଏହି ସ୍ମରଣୀୟ ସ୍ଥାନରେ ସରକାର ଓଡିଆ ବିଶ୍ବବିଦ୍ୟାଳୟ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ସମସ୍ତେ ସ୍ବାଗତ କରିଛନ୍ତି.  କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଓଡିଆ କଳା, ସଂସ୍କୃତି ଓ ଐତିହ୍ୟର ରକ୍ଷଣାବେକ୍ଷଣ ପାଇଁ ଐତିହ୍ୟ ନୀତି ପ୍ରଣୟନ କରାଯିବ. ପବ୍ଲିକ ଲାଇବ୍ରେରୀ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶକ ପଦବୀ ସୃଷ୍ଟି କରାଯିବ. ଆନନ୍ଦ ଭବନର ବିକାଶ ପାଇଁ କର୍ପସ ପାଣ୍ଠି ଗଠନ କରାଯିବ. ଅବଶ୍ୟ ଐତିହ୍ୟ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ. ମାତ୍ର ପ୍ରଶ୍ନ ଉଠୁଛି, ସରକାର ଅଠର ବର୍ଷ ହେଲାଣି କଣ କରୁଥିଲେ ? ଶାସନର ଅଠରତମ ବର୍ଷରେ ସରକାର ଓଡିଆ ଭାଷା ଓ ସଂସ୍କୃତି ପ୍ରତି ଯେତିକି ଆଗ୍ରହ ଦେଖାଉଛନ୍ତି, ଯଦି ପ୍ରଥମରୁ ଏତିକି ଆଗ୍ରହ ଦେଖାଇଥାନ୍ତେ, ତେବେ ହୁଏତ ଓଡିଆ ଭାଷା, ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ବହୁବିଧ ପଦକ୍ଷେପ ନିଆଯାଇପାରିଥାନ୍ତା. ସଂସ୍କୃତି ବିଶ୍ବବିଦ୍ୟାଳୟ, ଭାଷା ପ୍ରତିଷ୍ଠାନ ଓ ଓଡିଶା ସାହିତ୍ୟ ଏକାଡେମୀ କଥା ନ କହିଲେ ଭଲ. ଓଡିଆ ବିଶ୍ବବିଦ୍ୟାଳୟ ହେଉ, ମାତ୍ର ତାହା ରାଜନୀତି ବାହାନାରେ ଜୀର୍ଣ୍ଣଶୀର୍ଣ୍ଣ ନ ହେଉ. ଉଦ୍ୟମରେ ନିଷ୍ଠା ରହିବା ଆବଶ୍ୟକ, ଖାଲି ନିର୍ବାଚନକୁ ଆଖି ଆଗରେ ରଖି ଘୋଷଣା କଲେ ଓଡିଆ ଭାଷା ସଂସ୍କୃତିରେ କିଛି ବି ପରିବର୍ତ୍ତନ ଆସିବନି.

LEAVE A REPLY

Please enter your comment!
Please enter your name here