ଆସାମ ଗସ୍ତର ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାରଙ୍ଗରେ ଆୟୋଜିତ ଜନସଭାରେ ୧୮ ହଜାର ୫୩୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆସାମ ବିକାଶର ନୂଆ ଶିଖରରେ ପହଞ୍ଚିଥିବା ଦରାଙ୍ଗରେ କହିଛନ୍ତି ମୋଦି । ଅପରେସନ ସିନ୍ଦୁର ପରେ ପ୍ରଥମ ଆସାମ ଗସ୍ତରେ ଭାରତୀୟ ଯବାନଙ୍କ ପରାକ୍ରମକୁ ପ୍ରଶଂସା କରିଛନ୍ତି ପିଏମ ମୋଦି । ମା କାମାକ୍ଷାଙ୍କ ଆଶୀର୍ବାଦରୁ ଭାରତ ଶତ୍ରୁକୁ ମୁହଁତୋଡ ଜବାବ ଦେବା ସହ ସଫଳତାର ପାହାଚ ଅତିକ୍ରମ କରୁଛି ବୋଲି ମୋଦି କହିଛନ୍ତି । ଦରାଙ୍ଗରେ ନାଁ ନନେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ମୋଦି । ବିରୋଧୀଙ୍କ ଅପମାନ ପ୍ରସଙ୍ଗରେ ଭଗବାନ ଶିବଙ୍କ ଭକ୍ତ ହୋଇଥିବାରୁ ବିଷ ମଧ୍ୟ ପାନ କରି ପାରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।














