ଆସନ୍ତା ଜୁଲାଇ ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ୬ ତାରିଖ ଦିନ ଗୋଟାଏ ବେଳେ ବୋର୍ଡ ଅଫିସରେ ପ୍ରକାଶ ପାଇବ ରେଜଲ୍ଟ । ସୂଚନା ଦେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ । ବୋର୍ଡ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ସୂଚନା ଦେବେ କି ପିଲାମାନେ କେମିତି ରେଜଲ୍ଟ ଦେଖିପାରିବେ । ଏହାର ଘଣ୍ଟାକ ପରେ ଛାତ୍ରଛାତ୍ରୀ www.bseodisha.ac.in ଏବଂ www.bseodisha.nic.in ୱେବସାଇଟରେ ଲଗ୍‌ଇନ୍‌ କରି ନିଜ ମାର୍କ ଜାଣିପାରିବେ। ଏନେଇ ଆଜି ଅପରାହ୍ନରେ ବୋର୍ଡ କର୍ତ୍ତୃପକ୍ଷ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେବେ ।

LEAVE A REPLY

Please enter your comment!
Please enter your name here