ଆସୁଛି ବାତ୍ୟା । ଆଜି ସକାଳେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଡିପ୍ ଡିପ୍ରେସନରେ ପରିଣତ ହେବାର ଅନୁମାନ କରାଯାଉଛି । ତେବେ ଆସନ୍ତା ୪ ତାରିଖରେ ବାତ୍ୟା ଉପକୂଳ ଛୁଇଁବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଚୟ ମହାପାତ୍ର ସୂଚନା ଦେଇଛନ୍ତି ।

୩ ତାରିଖ ରାତିରୁ ଓଡିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୩ ତାରିଖ ମଧ୍ୟରାତ୍ରରୁ ପବନର ବେଗ ବଢିବ । ୪୫ରୁ ୫୦ କିମି ବେଗରେ ପବନ ବହିବ । ୪ ତାରିଖରେ ଉପକୂଳବର୍ତ୍ତି ଜିଲ୍ଲାଗୁଡିକରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୪ ତାରିଖ ସକାଳେ ଦକ୍ଷିଣ ଓଡିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଁଞ୍ଚିବ ବାତ୍ୟା । ଉପକୂଳରେ ପହଁଞ୍ଚିଲେ ବି ତୁରନ୍ତ ଉପକୂଳ ଅତିକ୍ରମ କରିବ ନାହିଁ ବାତ୍ୟା । ଉପକୂଳରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ବାତ୍ୟା । ବାତ୍ୟାର ପ୍ରଭାବ ଉପକୂଳ ଓଡିଶାରେ ଅଧିକ ରହିବ । ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ୨ତାରିଖ ସୁଦ୍ଧା ଫେରିଆସିବାକୁ ପରାମର୍ଶ ଦେଇଛନ୍ତି ଡିଜି ।

ଓଡିଶା ଉପକୂଳରେ ବାତ୍ୟାର ପ୍ରଭାବ ଅଧିକ ଅନୁଭୂତ ହେବ ବୋଲି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେବା ପରେ ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ତେବେ ପ୍ରବଳ ବର୍ଷା ଓ ବାତ୍ୟା ଯୋଗୁ ଚାଷୀ ଅଧିକ କ୍ଷତିଗ୍ରସ୍ତ ହେବେ । ଫସଲ ଅମଳ କରିବା ସମୟରେ ବର୍ଷା ଆଶଙ୍କା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଜମିରୁ ପାଚିଲା ଧାନ କାଟି ଆଣିବାକୁ ସରକାର ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here