ଅନୁଗୁଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଗିରଫ ପରେ ତାଙ୍କୁ ସୁନ୍ଦରଗଡ଼ର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତିଙ୍କ କୋର୍ଟକୁ ପଠାଯିବ। ଗତକାଲି ଭୁବନେଶ୍ବର, ରାଉରକେଲା, ସୁନ୍ଦରଗଡ଼, ଅନୁଗୁଳ ଓ ଗଞ୍ଜାମର ୮ଟି ସ୍ଥାନରେ ସମାନାନ୍ତରୀଣ ଚଢାଉ କରାଯାଇଥିଲା।
ଗତକାଲି ଭୁବନେଶ୍ବର, ରାଉରକେଲା, ସୁନ୍ଦରଗଡ଼, ଅନୁଗୁଳ ଓ ଗଞ୍ଜାମର ୮ ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢାଉରେ ସୁରେନ୍ଦ୍ର ବେହେରାଙ୍କ ନିକଟରୁ ଦୁଇ ମହଲା କୋଠା, ଭୁବନେଶ୍ବରରୁ ୨ଟି ଫ୍ଲାଟ, ୪ଟି ପ୍ଲଟ, ନଗଦ ୨.୩୩ ଲକ୍ଷ ଟଙ୍କା, ପ୍ରାୟ ୫୪ ଲକ୍ଷ ଟଙ୍କା ଜମା ଇତ୍ୟାଦି ସମ୍ପତ୍ତି ଥିବା ଜଣାପଡ଼ିଥିଲା। ଚଢ଼ାଉ ବେଳେ ସୁରେନ୍ଦ୍ରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ମଧ୍ୟ ଟେରା ହୋଇଯାଇଛି । ସୁରେନ୍ଦ୍ରଙ୍କ ୨ଟି କୋଠା, ୨ଟି ଫ୍ଲାଟ୍, ୪ଟି ପ୍ଲଟ୍ ଠାବ କରାଯାଇଥିଲା । ସୁନ୍ଦରଗଡ଼ରେ ରହିଛି ୩ ମହଲା ବିଶିଷ୍ଟ କୋଠା । ଭୁବନେଶ୍ବର ଘାଟିକିଆରେ ରହିଛି ୨ଟି ଫ୍ଲାଟ୍ । ରାଉରକେଲାରେ ୨ ମହଲା କୋଠା ଠାବ ହୋଇଛି । ଗଞ୍ଜାମ ପୁରୁଷୋତ୍ତମ, ସୁନ୍ଦରଗଡ଼ ଓ ରାଉରକେଲାରେ ୪ଟି ପ୍ଲଟ୍ ରହିଛି । ୨ ଲକ୍ଷ ୩୩ ହଜାର ନଗଦ ଟଙ୍କା ଜବତ ହୋଇଛି । ଏହାସହ ପ୍ରାୟ ୫୪ ଲକ୍ଷ ଟଙ୍କାର ବିଭିନ୍ନ ଜମା ରାଶି ମଧ୍ୟ ଜବତ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଭଳି ଚଢ଼ାଉ କରାଯାଇଥିଲା । ତେବେ ଚଢାଉ ବେଳେ ଏତେ ସମ୍ପତି ଓ ଟଙ୍କାର ସଠିକ୍ ହିସାବ ଦେଇ ସେ ପାରିନଥିଲେ ।













