ଯାହା ଆଶା କରାଯାଉଥିଲା, ସେଇଆ ହେଲା ।

ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଅପରାଧୀ କେହି ନାହାଁନ୍ତି । ସମସ୍ତଙ୍କୁ କ୍ଲିନଚିଟ୍ ଦେଇଦେଲା କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ମୃତ୍ୟୁ ପାଇଁ ଡିଏଫଓ ସଂଗ୍ରାମ ବେହେରା କି ପତ୍ନୀ ବିଦ୍ୟାଭାରତୀ ଦୋଷୀ ନୁହଁନ୍ତି । ସୌମ୍ୟଙ୍କ ପରିବାର କରୁଥିବା ଅଭିଯୋଗର କୌଣସି ଆଧାର ନାହିଁ । ତେଣୁ ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ । ମୃତ୍ୟୁକାଳୀନ ଜମାନବନ୍ଦୀ, ଲାଏ ଡିଟେକ୍ସନ, ଫରେନ୍ସିକ ରିପୋର୍ଟ, ପୋଷ୍ଟମର୍ଟମ ରିପୋର୍ଟ ଓ ଅନ୍ୟାନ୍ୟ ପାରିପାର୍ଶ୍ବିକ ତଥ୍ୟ ଆଧାରରେ କ୍ରାଇମବ୍ରାଞ୍ଚ ଏହି ନିର୍ଯାସରେ ପହଞ୍ଚିଛନ୍ତି । ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁ ସହ ଡିଏଫଓଙ୍କର କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ।

କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ଦେଇଥିବା ସୂଚନା ଅନୁଯାୟୀ, ସୌମ୍ୟ ଓ ବିଦ୍ୟାଭାରତୀଙ୍କ ବୈବାହିକ ସଂପର୍କ ଭଲ ନ ଥିଲା । ତେବେ ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ବେଳେ ବିଦ୍ୟାଭାରତୀ ନିଆଁ ଲିଭାଇବାକୁ ଯେମିତି ଉଦ୍ୟମ କରିବା କଥା, ତାହା କରି ନ ଥିଲେ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ । ସୌମ୍ୟ ନିଆଁରେ ଜଳୁଥିବା ବେଳେ ବିଦ୍ୟାଭାରତୀ ନିଆଁ ଲିଭାଇବାକୁ ଉଦ୍ୟମ କରି ନ ଥିଲେ କି କାହାରିକୁ ନିଆଁ ଲିଭାଇବାକୁ ଡାକି ନ ଥିଲେ । ସେଥିପାଇଁ ବିଦ୍ୟାଭାରତୀଙ୍କ ବିରୋଧରେ 285 ଓ 304 ଏ ଦଫାରେ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here