କେରଳର କୋଚିରୁ ଉଡାଣ ଭରିଥିବା ଇଣ୍ଡିଗୋର ଏକ ବିମାନକୁ କୋଚିରେ ଜରୁରୀକାଳୀନ ଅବତରଣ କରାଇବାକୁ ପଡିଛି । ଏହି ବିମାନ କୋଚିରୁ ଆବୁଧାବି ଯାତ୍ରା କରୁଥିଲା । ମଝି ଆକାଶରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ବିମାନକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପୂର୍ବରୁ ବିମାନଟି ଅକାଶରେ ଦୁଇ ଘଣ୍ଟାରୁ ଅଧିକ ସମୟ ଉଡାଣ ଭରି ସାରିଥିଲା । ବିମାନରେ ୧୮୦ରୁ ଅଧିକ ଯାତ୍ରୀ ଏବଂ ଚାଳକ ଦଳର ଛଅ ସଦସ୍ୟ ଥିଲେ । ଇଣ୍ଡିଗୋ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ସୂଚନା ଅନୁଯାୟୀ ବିମାନ ୬ଇ-୧୪୦୩ ଶୁକ୍ରବାର ରାତି ୧୧ଟା ୧୦ ମିନିଟରେ କୋଚିରୁ ଉଡାଣ ଭରିଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ରାତି ପ୍ରାୟ ୧ଟା ୪୪ ମିନିଟରେ ବିମାନଟି ପୁଣି କୋଚି ବିମାନ ବନ୍ଦରକୁ ଫେରି ଆସିଥିଲା । ପୁଣି ରାତି ପ୍ରାୟ ସାଢେ ୩ଟାରେ ଅନ୍ୟ ଏକ ବିମାନରେ ଯାତ୍ରୀଙ୍କୁ ଆବୁଧାବି ନିଆଗଲା ।
ଦିଲ୍ଲୀରୁ ଇନ୍ଦୋର ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ସମସ୍ୟା ହୋଇଥିଲା । ଇନ୍ଦୋର ବିମାନବନ୍ଦରରେ ଅବତରଣ ସମୟରେ ଏହା ଘଟିଥିଲା । ପାଇଲଟ୍ ତୁରନ୍ତ “ପାନ-ପାନ” ମେସେଜ୍ କଂଟ୍ରୋଲ ରୁମକୁ ପଠାଇଥିଲେ ଏହାପରେ ,ବିମାନ ସୁରକ୍ଷିତ ଭାବେ ଅବତରଣ କରିଥିଲା ।

LEAVE A REPLY

Please enter your comment!
Please enter your name here