ଆଉ ନାହାଁନ୍ତି ବର୍ଷିୟାନ ଅଭିନେତା ଅଜିତ୍ ଦାସ । ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅଜିତ୍ ଦାସ । ୬୦ରୁ ଅଧିକ ଓଡିଆ ଫିଲ୍ମରେ ଅଭିନୟ କରିଛନ୍ତି ଅଜିତ୍ ଦାସ । ସିନ୍ଦୂରବିନ୍ଦୁ ରୁ ଫିଲ୍ମର କ୍ୟାରିୟର ଆରମ୍ଭ କରିଥିଲେ ଅଜିତ୍ ଦାସ । ହାକିମ ବାବୁ , ତୁଣ୍ଡବାଇଦରେ ଦମଦାର ଅଭିନୟ କରିଥିଲେ ଅଜିତ୍ ଦାସ । ଚଳଚ୍ଚିତ୍ର ବ୍ୟତିତ ନାଟକରେ ମଧ୍ୟ ନିଖୁଣ ଅଭିନୟରେ ଦର୍ଶକଙ୍କ ମନକୁ କିଣି ନେଇଥିଲେ ଅଜିତ୍ ଦାସ । ଅଜିତଙ୍କ ମୃତ୍ୟୁ ଖବର ତାଙ୍କ ଧର୍ମପତ୍ନୀ ମାୟା ସେଆର କରିଛନ୍ତି ।

LEAVE A REPLY

Please enter your comment!
Please enter your name here