ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଲାଗିଛି ବଡ ଝଟକା । ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ ପଡିଛନ୍ତି ଶ୍ରୀକାନ୍ତ । ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି । ଗୁରୁବାର ଅଲ୍‌ ଇଣ୍ଡିଆ କଂଗ୍ରେସ୍‌ କମିଟି (ଏଆଇସିସି) ପକ୍ଷରୁ ଘୋଷଣା ହୋଇଛି ରାଜ୍ୟ କଂଗ୍ରେସ ଇସ୍ତାହାର କମିଟି । ନୂଆ ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ଗଣେଶ୍ୱରଙ୍କ ନାମ ଘୋଷଣା କରିଛି ଏଆଇସିସି । ଗଣେଣ୍ୱରଙ୍କ ଅଧ୍ୟକ୍ଷତାରେ ଗୋଟିଏ ୧୦ ଜଣିଆ କମିଟି ମଧ୍ୟ ଘୋଷଣା କରାଯାଇଛି । ଏହି କମିଟିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ଶ୍ୟାମ ସୁନ୍ଦର ହାଂସଦା, ମାରୀ ସୁରନି, ନଟବର ଖୁଣ୍ଟିଆ, ଲିଆକତ ଅଲ୍ଲୀ, ସତ୍ୟପ୍ରକାଶ ନାଏକ ପ୍ରମୁଖ ସଦସ୍ୟ ରହିଛନ୍ତି । ବିସ୍ମୟ ମହାପାତ୍ର କମିଟିର କନଭେନର ରହିଛନ୍ତି ।

ଇସ୍ତାହାର କମିଟିର ପୁର୍ନଗଠନ ନେଇ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀକାନ୍ତ ଜେନା କହିଛନ୍ତି, ଏଭଳି ନିଷ୍ପତ୍ତିକୁ ନେଇ ମୁଁ ବହୁତ ଖୁସି ଅଛି । ଏଆଇସିସି ଯାହା ନିଷ୍ପତି ନେଇଛନ୍ତି ତାହା ନିଶ୍ଚିତ ଭାବେ ଭାବି ଚିନ୍ତି ନେଇଥିବେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here