କାନପୁର ସ୍ୱାସ୍ଥ୍ୟବିଭାଗର ଅବହେଳା ଏବେ ସାମ୍ନାକୁ ଆସିଛି । ଏଠାରେ ଏକ ନର୍ସିିଂହୋମର ଚକ୍ଷୁ ଶିବିରରେ ମୋତିଆବିନ୍ଦୁ ଅପରେସନ କରିଥିବା ୬ ଜଣ ରୋଗୀ ନିଜ ଦୃଷ୍ଟି ଶକ୍ତି ହରାଇଥିଲେ । ଅପରେସନ ପରେ ଆଖି ଏତେ ବିଗିଡିବାରେ ଲାଗିଥିଲା ଯେ, ଧିରେ ଧିରେ ଦୃଷ୍ଟି ଶକ୍ତି ହରାଇଛନ୍ତି ୬ ରୋଗୀ । ଅଭିଯୋଗକୁ ନେଇ ଅନେକ ଥର ହସ୍ପିଟାଲ ଯାଇଥିଲେ ମଧ୍ୟ ରୋଗୀଙ୍କ କଥା କେହି ଶୁଣିନଥିଲେ । ଶେଷରେ ସିଏମଓଙ୍କ ଦ୍ୱାରସ୍ଥ ହୋଇଥିଲେ ଏହି ୬ ରୋଗୀ । ସିଏମଓ ତୁରନ୍ତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ସିଏମଓର ଅନୁମତି ଆଧାରରେ ଡିବିସିଏସ ଅଧିନରେ ଏହି ଚକ୍ଷୁ ଶିବିର ସ୍ଥାପନ କରାଯାଇଥିଲା । ସୂଚନାଅନୁସାରେ, ଶିବରାଜପୁରରୁ ଆସିଥିବା ଏହି ୬ ରୋଗୀ ନଭେମ୍ବର ୨ରେ କାନପୁର ସାଉଥର ଆରାଧ୍ୟା ନର୍ସିଂରେ ଏକ ମାଗଣା ଆଖି ଶିବିରରେ ମୋତିଆବିନ୍ଦୁ ଅପରେସନ କରିଥିଲେ । ଡାକ୍ତର ନୀରଜ ଗୁପ୍ତା ଏହି ଅପରେସନ କରିଥିଲେ । ରୋଗୀଙ୍କ ଅଭିଯୋଗ ହେଉଛି ଯେ, ଅପରେସନ ପରେ ଆଖି ଯନ୍ତ୍ରଣା ହୋଇଥିଲା । ଆଖିରୁ ପାଣି ବାହାରିଥିଲା । ପରେ ଆଉ କିଛି ଦେଖାଗଲାନାହିଁ । ଆମେ ହସ୍ପିଟାଲ ଯିବାପରେ ଆମକୁ ମେଡିସିନ ଦେଇ ବିଦା କରିଦେଲେ ।

LEAVE A REPLY

Please enter your comment!
Please enter your name here