ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦେ୍ଦଶ୍ୟରେ ଉସôର୍ଗ କରିଛନ୍ତି । ଦେଶର ପ୍ରଥମ ଗୃହମନ୍ତ୍ରୀ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ୧୪୩ ତମ ଜନ୍ମ ଦିବସ ଅବସରରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ଗୁଜରାଟର ନର୍ମଦା ନଦୀ କୁଳରେ ନିର୍ମାଣ କରାଯାଇଥିବା ଏହି ବିଶାଳକାୟ ପ୍ରତିମୂର୍ତ୍ତିର ଉଚ୍ଚତା ରହିଛି ୧୮୨ ମିଟର । ଆମେରିକାର‘ଷ୍ଟାଚ୍ୟୁ ଅଫ୍‌ ଲିବର୍ଟିର ଉଚ୍ଚତା ଠାରୁ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ର ଉଚ୍ଚତା ଦୁଇ ଗୁଣ । ଦେଶର ଏକତା ଓ ଅଖଣ୍ଡତାର ପ୍ରତୀକ ଭାବେ ଏହା ପରିଚିତ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି । ୨୦୧୩ ଅକ୍ଟୋବର ୩୧ ତାରିଖରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋଦି‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ର ଭୂମି ପୂଜା କରିଥିଲେ ।

ଏହାକୁ ନିର୍ମାଣ କରିବା ପାଇଁ ୩୩ ମାସ ସମୟ ଲାଗିଥିଲା । ପ୍ରାୟ ୫ ହଜାର ମେଟ୍ରିକ ଟନ୍ ଲୁହା ବ୍ୟବହାର କରାଯାଇଛି । ପ୍ରତିମୂର୍ତ୍ତି ଉପରେ ପିତ୍ତଳର ଏକ ଆସ୍ତରଣ ଦିଆଯାଇଛି । ବାତ୍ୟା ଓ ଭୂକମ୍ପ ଭଳି ବିପର୍ଯ୍ୟୟରୁ ଏହି ସୁଉଚ୍ଚ ପ୍ରତିମୂର୍ତ୍ତିକୁ ସୁରକ୍ଷିତ ରଖିବା ପାଇଁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଅନୁସରଣ କରାଯାଇଛି । ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲ ସ୍ୱାଧିନତା ସମୟରେ ଖଣ୍ଡବିଖଣ୍ଡିତ ଭାରତ ବର୍ଷକୁ ଏକାଠି କରିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here