ପ୍ରବାସୀ ଫେରିବା ମାମଲାରେ ରହିତାଦେଶ ଦେଲେ ସୁପ୍ରିମକୋର୍ଟ । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ । ପ୍ରବାସୀ ପ୍ରସଙ୍ଗରେ କାଲି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ପ୍ରବାସୀ ଫେରିବା ପୂର୍ବରୁ ଟେଷ୍ଟକୁ ବାଧ୍ୟତାମୂଳକ କରିଥିଲେ ସରକାର । ରିପୋର୍ଟ ନେଗେଟିଭ ଆସିଲେ ରାଜ୍ୟକୁ ଫେରିପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପଜିଟିଭ ଆସିଲେ ସଂପୃକ୍ତ ରାଜ୍ୟରେ ସେମାନଙ୍କର ଚିକିତ୍ସା କରିବାକୁ କହିଥିଲେ । ହାଇକୋର୍ଟଙ୍କ ରାୟ ଆଧାରରେ ରାଜ୍ୟ ସରକାର ସୁରତରୁ ଆସିବାକୁ ଥିବା ତିନୋଟି ଟ୍ରେନ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେବା ପରେ ପ୍ରବାସୀ ଓଡିଆ ଫେରିବାରେ ଆଉ ଅସୁବିଧା କିଛି ନାହିଁ । ବିନା ଟେଷ୍ଟରେ ଏବେ ସେମାନେ ଘରକୁ ଫେରିପାରିବେ ।

LEAVE A REPLY

Please enter your comment!
Please enter your name here