ସମୁଦ୍ର ଅଶାନ୍ତ । ବେଳାଭୂମିର ଏ ଭୀମକାନ୍ତ ରୂପ, ଭୟଙ୍କର ରୂପ ନେଇ ମାଡି ଆସୁଥିବା ଫନିର ପୂର୍ବାଭାସ । ଫନି ଗତିପଥ ବଦଳାଇବା ପରେ ଓଡିଶା ଉପକୂଳବର୍ତ୍ତି ଇଲାକାରେ ଭୟର ବାତାବରଣ । ବିଶେଷ କରି ସମୁଦ୍ରକୂଳରେ ରହୁଥିବା ମତ୍ସଜୀବୀମାନେ ଆତଙ୍କିତ ହୋଇପଡିଛନ୍ତି । ଫାଇଲିନ , ହୁଡୁହୁଡୁ, ତିତଲି କଥା ମନେପକାଇ କେହି କେହି ପିଲାଛୁଆଙ୍କୁ ଧରି ନିରାପଦ ଆଶ୍ରୟସ୍ଥଳ ଖୋଜିବା ଆରମ୍ଭ କଲେଣି । ସାମୁଦ୍ରିକ ବାତ୍ୟା ଫନିର ମୁକାବିଲା ପାଇଁ ସରକାର ବି ସଜାଗ ହୋଇଗଲେଣି ।
(ଲୋକଙ୍କ ବାଇଟ)
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ପୁରୀଠାରୁ ଦକ୍ଷିଣରେ ୮୩୦ କିଲୋମିଟର ଦୂରରେ ରହିଛି ଫନି । ଫନି ସିଭିଅର ସାଇକ୍ଲନ୍ଖଳ ଷ୍ଟର୍ମର ରୂପ ନେଇ ସାରିଥିବା ବେଳେ ଖୁବଶୀଘ୍ର ଏହା ଭେରି ସିଭିଅର ସାଇକ୍ଲନିକ ଷ୍ଟର୍ମରେ ପରିଣତ ହେବ ବୋଲି କୁହାଯାଉଛି । ଘଣ୍ଟାକୁ ୧୬ କିଲୋମିଟର ବେଗରେ ଗତି କରୁଥିବା ଫନି ଓଡିଶା ମୁହାଁ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାର ସମ୍ଭାବନା ରହିଛି । ୩ ଓ ୪ ତାରିଖରେ ଏହାର ପ୍ରକୋପ ବୃଦ୍ଧି ପାଇବା ସାଙ୍ଗକୁ ଘଣ୍ଟା ପ୍ରତି ପବନର ବେଗ ୮୦ ରୁ ୯୦ କିଲୋମିଟର ମଧ୍ୟରେ ରହିବ । ତେବେ ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୩୦ରୁ ୧୮୦ କିଲୋମିଟର ରହିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି ।
(ପାଣିପାଗ ଓ ଏସଆରସି ବାଇଟ)
ଫନି ମୁକାବିଲା ପାଇଁ ଓଡ୍ରାଫ ଓ ଏନଡିଆରଏଫ ଟିମ୍ ସଜାଗ ରହିଛନ୍ତି । ତିନିଶହରୁ ଅଧିକ ଅଗ୍ନିଶମ ୟୁନିଟକୁ ପ୍ରସ୍ତୁତ କରି ରଖାଯାଇଛି । ପ୍ରଭାବିତ ଅଞ୍ଚଳରେ ଚାଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦିଆଯାଇଛି

LEAVE A REPLY

Please enter your comment!
Please enter your name here