ନିଯୋଗ ବିବାଦ ପାଇଁ ଉପାସରେ ପ୍ରଭୁ ଶ୍ରୀ ଲିଙ୍ଗରାଜ । କ୍ରମାଗତ ଦିତୀୟ ଦିନ ପାଇଁ ନୀତିକାନ୍ତି ହୋଇପାରିନି । ଗଙ୍ଗୁଆ ନଦୀନୂଳ ଜମିରେ ବଡୁ ନିଯୋଗ ନିର୍ମାଣକ୍ୁ ବିରୋଧ କରି ଉପୁଜିଛି ଏହି ବିବାଦ । ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ନିଯୋଗକୁ ବିରୋଧ କରି ନୀତିକାନ୍ତି ବନ୍ଦ ରଖିଛନ୍ତି । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗ ବେଆଇନ ଭାବେ ନିର୍ମାଣ କରୁଥିବା ସେମାନେ ଅଭିଯୋଗ ଆଣିଛନ୍ତି । ସେପଟେ ଅଭିଯୋଗକୁ ବଡୁ ନିଯୋଗ ଖଣ୍ଡନ କରିଛି । ବିବାଦୀୟ ଜମିକୁ ନିଜର ବୋଲି ଦାବୀ କରି କରିଛି ବଡୁ ନିଯୋଗ । ଏହା ଦୀର୍ଘ ୪ ଶହରୁ ଅଧିକ ବର୍ଷ ଧରି ବଡୁ ନିଯୋଗ ନାଁରେ ରହିଛି । ଏବେ ଏହାକୁ ନେଇ କାହିଁକି ବିବାଦ ଦେଖାଦେଲା ବୋଲି ପାଲଟା ଅଭିଯୋଗ କରିଛି । ଅପରପଟେ ବଡୁ ନିଯୋଗର ନିର୍ମାଣକୁ ବେଆଇନ ଦର୍ଶାଇଛି ମନ୍ଦିର ପ୍ରଶାସନ । ଜମି ଲିଙ୍ଗରାଜ ମହାପ୍ରଭୁଙ୍କର ଆଉ ଏହାକୁ ସୁରକ୍ଷା ଦେବାପାଇଁ କେବଳ ସେବାୟତ ଦାୟିତ୍ୱରେ ଥିଲେ । ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ଶ୍ରୀ ଲିଙ୍ଗ । ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ଶ୍ରୀ ଲିଙ୍ଗରାଜଙ୍କର ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହି ଅଧିକାରୀ କହିଛନ୍ତି । ସେପଟେ ମାମଲାକୁ ନେଇ ଗତକାଲି ଏକ ବୈଠକ ମଧ୍ୟ ବସିଥିଲା । ତେବେ ବୈଠକରେ କୌଣସି ସମାଧାନ ବାହାରି ପାରିନଥିବାବେଳେ ନିଜ ଜିଦରେ ଅଟଳ ରହିଛନ୍ତି ବ୍ରାହ୍ମଣ ନିଯୋଗ ।