୩ ଲକ୍ଷ ଟଙ୍କାରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ବିକ୍ରି ଅଭିଯୋଗ । ଚାକିରୀ କରାଇଦେବାକୁ ଲୋଭ ଦେଖାଇ ଇଞ୍ଜିନିୟରିଂ ଯୁବତୀଙ୍କୁ ରାଜ୍ୟ ବାହାରେ ବିକିଦେଲା ଯୁବକ । ଯୁବତୀ ମେ ୪ତାରିଖରେ ଚାକିରୀ ଖୋଜିବାକୁ ଝାରସୁଗୁଡା ଯାଇଥିଲେ । ସେଠାରେ ପୂର୍ବରୁ ପରିଚିତ ମନମୁଣ୍ଡା ଥାନା ଖଲିଆପାଲି ଗାଁର ଗଣେଶ କୁମ୍ଭାରଙ୍କ ସହ ତାଙ୍କର ଭେଟ ହୋଇଥିଲା । ପୂର୍ବରୁ ଯୁବତୀ ଜଣଙ୍କ ଗଶେଶଙ୍କୁ ଚିହ୍ନିଥିଲେ । କିନ୍ତୁ ଗଣେଶ ଚତୁରତାର ସହ ତାଙ୍କୁ ଘରକୁ ବୁଲାଇ ନେବାକୁ କହି ଗାଡିରେ ନେଇଯାଇଥିଲେ। ସେଠାରେ ତାଙ୍କୁ ବେହୋସ କରି ମଧ୍ୟପ୍ରଦେଶରେ ସମ୍ପର୍କୀୟ ନାନୀ ସହ ଯୋଗାଯୋଗ କରି ଗୁନା ସହରକୁ ନେଇଯାଇଥିଲେ । ସେଠାରେ ୩ ଲକ୍ଷ ଟଙ୍କାରେ ଯୁବତୀଙ୍କୁ ଯଶୋବନ୍ତ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରୀ କରାଇଦେଇଥିଲେ । ଯଶୋବନ୍ତଙ୍କ ଭାଇ ଆକାଶ ସହ ବିବାହ କରିବାକୁ ଯବୁତୀଙ୍କୁ ବାଧ୍ୟ କରାଯାଇଥିଲା । ତେବେ ଯୁବତୀ ଜଣଙ୍କ ମନା କରିବାରୁ ତାଙ୍କୁ ଶାରୀରିକ ମାନସିକ ନିର୍ଯ୍ୟାତନା ସହ ହତ୍ୟା ଧମକ ଦିଆଯାଇଥିଲା । ଏପରିକି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସେଠାରେ କୌଶଳକ୍ରମେ ଯୁବତୀ ଜଣଙ୍କ ନିଜ ଘରକୁ ଆସି ଗତକାଲି ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଗଣେଶକୁ ପୋଲିସ ଗିରଫ କରିଛି । ତେବେ ଯବୁତୀ ଖସି ପଳାଇଆସିଥିଲେ ମଧ୍ୟ ମଧ୍ୟପ୍ରଦେଶରେ ତାଙ୍କର ଶିକ୍ଷାଗତ ଯୋଗ୍ୟତା, ସାର୍ଟିଫିକେଟ ଓ ଏଟିଏମ କାର୍ଡ ରହିଯାଇଛି । ଏହାକୁ ମୁକୁଳାଇବାକୁ ସେ ଅନୁରୋଧ କରିଛନ୍ତି । ବୌଦ୍ଧ ମନମୁଣ୍ଡା ସହରୀପାଲି ଗାଁର ଯୁବତୀଙ୍କ ସହ ଘଟିଛି ଏଭଳି ଘଟଣା ।

LEAVE A REPLY

Please enter your comment!
Please enter your name here