ଏଣିକି ହାଇକୋର୍ଟରେ ବିଚାରପତିଙ୍କୁ ମାଇଁ ଲର୍ଡ, ଇୟୋର ଲର୍ଡସିପ ସମ୍ବୋଧନ କରାଯିବନି । । ଇୟୋର ଅନର ବୋଲି ମଧ୍ୟ ସମ୍ବୋଧନ କରିବେନି ଆଇନଜୀବୀ । ଏନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ହାଇକୋର୍ଟରେ ମାମଲା ଶୁଣାଣି ସମୟରେ ବିଚାରପତିଙ୍କୁ ଆଇନଜୀବୀ ଓ ପକ୍ଷମାନେ ସାର୍ ବୋଲି ସମ୍ବୋଧନ କରିପାରିବେ । ଆଜିଠାରୁ ହାଇକୋର୍ଟ ଖୋଲିଥିବାବେଳେ ପ୍ରକାଶିତ ଚଳିତବର୍ଷର ପ୍ରଥମ ସପ୍ତାହିକ ମାମଲା ତାଲିକାରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ଏହି ଅପିଲ କରାଯାଇଛି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ ମୁରଲିଧର ଏବଂ ଜଷ୍ଟିସ୍ ଆର,କେ . ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପାଇଁ ପ୍ରକାଶିତ ତାଲିକାରେ ଏନେଇ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here