ଆଜିଠାରୁ ଆରମ୍ଭ ହୋଇଛି ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ କରୋନାର ଟିକାକରଣ । ସକାଳ ୮ଟାରୁ ଆରମ୍ଭ ହୋଇଛି ଟିକାକରଣ । ଏହା ଦିନ ୧ଟା ପର୍ଯ୍ୟନ୍ତ ବିଭିନ୍ନ ଟିକାଦାନ କେନ୍ଦ୍ରରେ ଟିକା କରଣ ଚାଲିବ । ସମସ୍ତଙ୍କୁ କୋଭାକ୍ସିନ ଟିକାର ଡୋଜ୍ ଦିଆଯାଉଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ଯେ, କେବଳ ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କ ଲାଗି ରାଜ୍ୟରେ ୯୩୯ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯାଇଛି । ପ୍ରଥମ ଦିନରେ ପ୍ରତି କେନ୍ଦ୍ରରେ ଦିଆଯିବ ୨୫୦ ଟିକା । ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବିଦ୍ୟାଳୟ ପରିସରରେ ଟିକାକରଣ ଚାଲିଛି । ମାସକ ଭିତରେ କିଶୋରଙ୍କର ପ୍ରଥମ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ୧୫ ଲକ୍ଷ କୋଭାକ୍ସିନ ଟିକା ମହଜୁଦ ରହିଛି । ପ୍ରାୟ ୨୩ ଲକ୍ଷ କିଶୋର କିଶୋରୀ ଟିକା ନେବେ । ଏମିତିକି କିଶୋରଙ୍କର ଟିକା କରଣରେ ଶିକ୍ଷା ବିଭାଗ ଠାରୁ ଶିକ୍ଷକଙ୍କ ସହଯୋଗ ଲୋଡିଛି ସ୍ୱାସ୍ଥ୍ୟବିଭାଗ । ବସ୍ତି ପିଲାଙ୍କ ପାଇଁ ସ୍ୱତନ୍ତ୍ର ଟୋକନ ବ୍ୟବସ୍ଥା କରାଯାଇଛି । ୩୧ ଡିସେମ୍ବର ୨୦୦୭ ସୁଦ୍ଧା ଜନ୍ମ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଟିକାକରଣରେ ଅର୍ନ୍ତଭୁକ୍ତ ହେବେ । ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁଥିବାରୁ ପ୍ରଥମେ ନବମ ଓ ଏକାଦଶ ଶ୍ରେଣୀର ପିଲାଙ୍କୁ ଟିକା ଦିଆଯିବ । ୮ ତାରିଖ ପରେ ଦଶମ ୧୧ ତାରିଖ ପରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଟିକା ନେବେ ।

LEAVE A REPLY

Please enter your comment!
Please enter your name here