ଏଥର ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟା ରହିବ ପରୀକ୍ଷା ଅବଧି । ଅନ୍ୟ ସ୍କୁଲର ଶିକ୍ଷକ ହେବେ ପରୀକ୍ଷା ନିରୀକ୍ଷକ । କରୋନା ପାଇଁ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ରହିବା ଓ ଯାତାୟାତ ଅସୁବିଧା ଆଶଙ୍କାରେ ଏପରି ନିଷ୍ପତ୍ତି ନିଆଯାଇଛି । ବିଧିବଦ୍ଧ ଘୋଷଣା ହୋଇନଥିଲେ ବି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here