ଛତିଶାନିଯୋଗ ବୈଠକରେ କରୋନା ମୁକାବିଲା ପାଇଁ ଆଲୋଚନା I ପ୍ରତିଦିନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିବା ହଜାର ହଜାର ଭକ୍ତଙ୍କୁ କିଭଳି ଯାଞ୍ଚ କରାଯିବ, ସେନେଇ ଛତିଶାନିଯୋଗ ବୈଠକରେ ଆଲୋଚନା ହୋଇଛି I ଭକ୍ତମାନେ ଗରୁଡସ୍ତମ୍ଭ, ଅରୁଣସ୍ତମ୍ଭ ଓ ଦେବାଦେବୀଙ୍କୁ ଛୁଇଁବା ପାଇଁ ବାରଣ କରାଯାଇଛି I ସେହିପରି ସେବାୟତମାନେ ମାସ୍କ ପିନ୍ଧିବା ପାଇଁ ନିଷ୍ପତ୍ତି ନିଆଯାଇଛି I ଯେଉଁମାନଙ୍କୁ ଥଣ୍ଡା ହୋଇଛି, ସେମାନେ ଶ୍ରୀମନ୍ଦିର ନ ଆସିବାକୁ ପରାମର୍ଶ ଦିଆଯାଇଛି I ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କରୋନା ମୁକାବିଲା ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ମନ୍ଦିର ପ୍ରବେଶ କରିବା ପୂର୍ବରୁ ଏକ ଫର୍ମ ପୂରଣ କରିବା ପାଇଁ ନିଷ୍ପତ୍ତି ହୋଇଛି I ସେମାନେ ଫର୍ମରେ କେଉଁ ଦେଶକୁ ଯାଇଥିଲେ କି, ସେମାନଙ୍କ ପରିବାରରେ କେହି କରୋନା ଆକ୍ରାନ୍ତ ଅଛନ୍ତି କି, ଏମିତି କିଛି ସୂଚନା ଉଲ୍ଲେଖ କରିବା ପରେ ସେମାନଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ I ତେବେ ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଆସୁଥିବା ବେଳେ ଫର୍ମ ପୂରଣ କରିବା କେତେଦୂର ଯୁକ୍ତିଯୁକ୍ତ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I

LEAVE A REPLY

Please enter your comment!
Please enter your name here