ଲୋକ ପ୍ରତିନିଧି ହେବା ପାଇଁ ଶିକ୍ଷାଗତ ଯୋଗ୍ୟତା କିଛି ନାହିଁ । କେବଳ ନେତୃତ୍ୱ ନେବାର କଳା ଜଣାଥିବା ଦରକାର । ତଥାପି ଆଜିର ଦିନରେ ଜଣେ ବିଧାୟକ ପାଇଁ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଗୁରୁତ୍ୱପୂର୍ଣ । ଏହାସତ୍ୱେ ବି ୨୦୧୯ ନିର୍ବାଚନରେ ଏମିତି କିଛି ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି,ଯେଉଁମାନଙ୍କ ପାଠପଢା କଥା ଜାଣିଲେ ଆପଣ ତାଜୁବ ହୋଇଯିବେ । ଏମିତି ୯ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି, ଯେଉଁମାନେ ସର୍ବାଧିକ ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି । ଆସନ୍ତୁ ନଜର ପକାଇବା ଏମିତି କିଛି ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ।
ଫୁଲବାଣୀର ବିଜେଡି ବିଧାୟକ ଅଙ୍ଗଦ କହଁର ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି । କଣ୍ଟାମାଳ ବିଜେଡି ବିଧାୟକ ମହିଧର ରଣାଙ୍କ ଶିକ୍ଷାଗତ ଯୋଗ୍ୟତା ବି ଅଷ୍ଟମ ପାସ୍ । ସେହିପରି ଆସ୍କାରୁ ବିଜେଡିରୁ ପ୍ରାର୍ଥୀ ହୋଇ ପ୍ରତିଦ୍ୱନ୍ଦୀତା କରି ବିଜୟ ଲାଭ କରିଥିବା ମଞୁଳା ସ୍ୱାଇଁଙ୍କ ଶିକ୍ଷାଗତ ଯୋଗ୍ୟତା ମାତ୍ର ପଞ୍ଚମ ଶ୍ରେଣୀ । ବୀରମହାରାଜପୁରରୁ ବିଜୟ ଲାଭ କରିଥିବା ପଦ୍ମନାଭ ବେହେରାଙ୍କ ଯୋଗ୍ୟତା ବି ଅଷ୍ଟମ ପାସ୍ । ସେ ପୂର୍ବରୁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଅନେକ ଥର ମନ୍ତ୍ରୀ ରହିଛନ୍ତି । ସୋରଡାରୁ ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମଧ୍ୟ ଅଷ୍ଟମ ପାସ୍ କରିଛନ୍ତି । ଢେଙ୍କାନାଳ ବିଜେଡି ବିଧାୟକ ସୁଧିର କୁମାର ସାମଲଙ୍କ ଶିକ୍ଷାଗତ ଯୋଗ୍ୟତା ବି ଅଷ୍ଟମ ପାସ୍ । କୋରାପୁଟର ବିଜେଡି ବିଧାୟକ ରଘୁରାମ ପଡଲ ପଚଂମ ଶ୍ରେଣୀ ଯାଏ ପାଠ ପଢିଛନ୍ତି । ସେହିପରି ବାଲେଶ୍ୱର ଆସନରୁ ଜିତିଥିବା ବିଜେପି ବିଧାୟକ ମଦନ ମୋହନ ଦତ୍ତ ମଧ୍ୟ ଅଷ୍ଟମ ପାସ୍ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ତକ୍ଷକ ନ୍ୟୁଜ୍

LEAVE A REPLY

Please enter your comment!
Please enter your name here