ପରୀ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରି ଆଜି ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀମାନେ ଉଗ୍ର ରୂପ ଧାରଣ କରିଥିଲେ । ମହିଳା ମୋର୍ଚ୍ଚା ପକ୍ଷରୁ ଅରୁଣଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା । କସ୍ତୁରବା ନାରୀ ମହଲ ନିକଟରୁ ମହିଳାମୋର୍ଚ୍ଚା କର୍ମୀମାନେ ଏକ ଶୋଭାଯାତ୍ରାରେ ଅରୁଣଙ୍କ ବାସଭବନ ଯାଏଁ ଯାଇଥିଲେ । ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ କରୁଥିବା ମହିଳା ମୋର୍ଚ୍ଚା କର୍ମୀଙ୍କୁ ପୋଲିସ ଅଟକାଇବାରୁ ସେମାନଙ୍କ ସହ ଧସ୍ତାଧସ୍ତି ହୋଇଥିଲା । ପରୀ ହତ୍ୟା ସହ ଅରୁଣଙ୍କ ସଂପୃକ୍ତି ନେଇ ଏକାଧିକ ଅଡିଓ ଭିଡିଓ ଭାଇରାଲ ହେବା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ତାଙ୍କୁ ଘଣ୍ଟ ଘୋଡାଉଛନ୍ତି ବୋଲି ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି । ଅରୁଣଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯିବା ସହ ଘଟଣାର ସିବିଆଇ ତଦନ୍ତ କରା ନଗଲେ ଦଳ ପକ୍ଷରୁ ଏମିତି ପ୍ରତିବାଦ ଆନ୍ଦୋଳନ ଜାରି ରହିବ ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here