ବାହାରିଲା ଓଏଏସ ପରୀକ୍ଷା ଫଳ । ଓପିଏସସି ପରିଚାଳିତ ଓଏଏସ ପରୀକ୍ଷାରେ ମୋଟ 432 ଜଣ ସଫଳ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସୁଦେବ କୁମାର ପୃଷ୍ଟି ଟପ୍ପର ହୋଇଛନ୍ତି । ସେହିପରି ପ୍ରଥମ ଦଶଜଣଙ୍କ ମଧ୍ୟରେ ପାଞ୍ଚଜଣ ଝିଅ ଓ ପାଞ୍ଚଜଣ ପୁଅ ରହିଛନ୍ତି । ଓପିଏସସି ପକ୍ଷରୁ ପ୍ରକାଶିତ ପରୀକ୍ଷା ଫଳ ତାଲିକାରେ ପ୍ରଥମ ଦଶଜଣଙ୍କ ମଧ୍ୟରେ ଅଛନ୍ତି, ସୁଦେବ କୁମାର ପୃଷ୍ଟି, ସୁଚିସ୍ମିତା ପାଣିଗ୍ରାହୀ, ପ୍ରଣବ ରଂଜନ ସାହୁ, ବୈଶାଖୀ ଲେଙ୍କା, ଶ୍ବେତାଲିନା ମାହାନା, ଅଗ୍ନିଜା ଶିବଦତ୍ତା, ସନ୍ତୋଷ କୁମାର ପାତ୍ର, ମୀମାଂସା ସାହୁ ବିନ୍ଦୁ ବଳୟ ରାଉତରାୟ ଏବଂ ସୌମ୍ୟରଂଜନ ମହାପାତ୍ର । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୋଟ 432 ଜଣଙ୍କ ମଧ୍ୟରେ 164 ଜଣ ଝିଅ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here