ଏବେ ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ। ଏହା ଫଳରେ ଗ୍ରାମାଞ୍ଚଳରେ ବଢ଼ିବ ଲୋକଙ୍କ ରୋଜଗାର। ଏଥିଲାଗି କାର୍ଯ୍ୟକାରୀ ହେବ ଓଡ଼ିଶା ହୋମଷ୍ଟେ ପ୍ରତିଷ୍ଠା ଯୋଜନା-୨୦୨୫। ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଯୋଜନା। ଏନେଇ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଏହି ଯୋଜନାର ଲକ୍ଷ୍ୟ ହେଉଛି ଓଡ଼ିଶାର ଗ୍ରାମୀଣ ଏବଂ କମ୍ ଜଣାଶୁଣା ସ୍ଥାନଗୁଡିକରେ ହୋମଷ୍ଟେ ବାସସ୍ଥାନକୁ ପ୍ରୋତ୍ସାହିତ କରିବା, ପର୍ଯ୍ୟଟନରେ ସମ୍ପ୍ରଦାୟର ଅଂଶଗ୍ରହଣକୁ ଉତ୍ସାହିତ କରିବା, ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରିବା ଏବଂ ପର୍ଯ୍ୟଟକମାନଙ୍କୁ ସାଂସ୍କୃତିକ ଏବଂ ଗ୍ରାମୀଣ ଅଭିଜ୍ଞତା ପ୍ରଦାନ କରିବା। ଏହି ଯୋଜନା ଅଧୀନରେ ପ୍ରାୟ ୪୫୦ ନୂତନ ଗୃହନିବାସ ୧୮୦୦ ଶଯ୍ୟା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ଯୋଜନା ପାଇଁ ୨୦୩୦ ଆର୍ଥିକ ବର୍ଷ ଯାଏଁ ୫୦ କୋଟି ଟଙ୍କାର ବଜେଟ୍ ରଖାଯାଇଛି। ଜିଲ୍ଲା ପ୍ରଶାସନ ଏବଂ ଅଂଶୀଦାର ବିଭାଗ ସହାୟତାରେ ପର୍ଯ୍ୟଟନ ବିଭାଗ ଦ୍ୱାରା ହୋମଷ୍ଟେ ଯୋଜନା କାର୍ଯ୍ୟକାରୀ ହେବ।

LEAVE A REPLY

Please enter your comment!
Please enter your name here