ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଇଡିଙ୍କ ନିକଟରେ ହାଜର ହୋଇଛନ୍ତି ରିଆ ଚକ୍ରବର୍ତ୍ତୀ I ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ରିଆଙ୍କ ଏକ କଂପାନୀ ଆକାଉଣ୍ଟକୁ 15 କୋଟି ଟଙ୍କା ଟ୍ରାନ୍ସଫର ହେବା ଘଟଣାର ତଦନ୍ତ କରୁଛି ଇଡି I ଯେଉଁ କଂପାନୀ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି, ସେହି କଂପାନୀର ଡାଇରେକ୍ଟର ଭାବେ ରିଆଙ୍କ ବାପା ଓ ଭାଇ ଅଛନ୍ତି I ରିଆଙ୍କ ବାପା ଓ ଭାଇଙ୍କୁ ମଧ୍ୟ ସମନ କରାଯାଇଛି I ତେବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିଆଙ୍କ ସଂପୃକ୍ତି ସନ୍ଦେହ ବଢି ବଢି ଚାଲିଛି I ସୁଶାନ୍ତଙ୍କ ବାପାଙ୍କ ଏତଲାକ୍ରମେ ତଦନ୍ତ କରୁଥିବା ବିହାର ପୋଲିସ ରିଆଙ୍କ ବିରୋଧରେ ରିପୋର୍ଟ ଦେଇଛି I ରିଆ ପୋଲିସକୁ ଧରାଛୁଆଁ ଦେଉ ନଥିବା ଏବଂ ତଦନ୍ତରେ ସହଯୋଗ କରୁ ନଥିବା ନେଇ ବିହାର ପୋଲିସ ପୂର୍ବରୁ ସୁପ୍ରିମକୋର୍ଟଙ୍କୁ ଜଣାଇଥିବା ବେଳେ ସୁଶାନ୍ତଙ୍କ ସହ ତାଙ୍କର ଷଡଯନ୍ତ୍ରମୂଳକ ସଂପର୍କ ରହିଥିଲା ବୋଲି ବିହାର ପୋଲିସ କହିଛି I

LEAVE A REPLY

Please enter your comment!
Please enter your name here