ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଥିବା ବେଳେ ବାତ୍ୟା ନେଇ ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଓଡିଶାକୁ ଆଶ୍ବସ୍ତି ଆଣିଦେଇଛି । ଆସନ୍ତା 22 ତାରିଖରେ ବାତ୍ୟା ଅବପାତରେ ପରିଣତ ହେବ ଏବଂ 24 ତାରିଖ ବେଳକୁ ଏହା ଦିଗ ପରିବର୍ତ୍ତନ କରିବା ସହ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ ଏହା ଓଡିଶା ଉପକୂଳକୁ ଛୁଇଁବାର ସମ୍ଭାବନା ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଓଡିଶା ଉପକୂଳ ଠାରୁ କିଛି ଦୂରରେ ଦିଗ ପରିବର୍ତ୍ତନ କରି ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

25 ତାରିଖରେ ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ।

ବାତ୍ୟା ପ୍ରଭାବରେ 24 ଓ 25 ତାରିଖରେ ଓଡିଶା ଉପକୂଳରେ ବର୍ଷା ସାଙ୍ଗକୁ 40 ରୁ 50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ବାତ୍ୟାର ପ୍ରଭାବ ପଶ୍ଚିମବଙ୍ଗ ଉପରେ ଅଧିକ ପଡିବ ।

LEAVE A REPLY

Please enter your comment!
Please enter your name here