ବଡ ଅଜବ ଦେଶ । ଦିନେ ବିଶ୍ବସ୍ତରରେ ମେଡାଲ ପାଇ ଦେଶକୁ ଗୌରବାନ୍ବୀତ କରିଥିଲେ । ଏଭଳି ତାରକାମାନଙ୍କୁ ସମ୍ବର୍ଦ୍ଧନା ଓ ପ୍ରଶଂସାରେ ପୋତି ପକାଉଥିଲେ ସରକାର । ଆଜି ନିଜ ଦଳର ଜଣେ ସାଂସଦଙ୍କୁ ସୁରକ୍ଷା ଦେବାକୁ ଯାଇ ସରକାର ରେସଲରଙ୍କ ଦାବି ପ୍ରତି ଆଖି ବୁଜି ଦେଇଛନ୍ତି । ପୋଲିସ ଲଗାଇ ଅତ୍ୟାଚାର କରୁଛନ୍ତି । ମାସ ମାସ ଧରି ଧାରଣାରେ ବସିବା ପରେ ମୋଦି ସରକାରଙ୍କ ମନୋଭାବ ସେମାନଙ୍କୁ ବିଚଳିତ କରିଛି । ତେଣୁ ଯେଉଁ ମୋଡାଲ ପାଇଁ ସେ ଦେଶକୁ ଗୌରବାନ୍ବୀତ କରିଥିଲେ, ଆଜି ସେ ମେଡାଲକୁ ହରିଦ୍ବାର ଗଙ୍ଗାରେ ବିସର୍ଜନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ମେଡାଲ ବିସର୍ଜନ ପରେ ସେମାନେ ଆମରଣ ଅନଶନରେ ବସିବାକୁ ଘୋଷଣା କରିଛନ୍ତି । ଦେଶର ସୁନାମଧନ୍ୟ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ସତ୍ତ୍ବେ ସରକାର ନିଜ ଦଳର ସାଂସଦ ତଥା କୁସ୍ତିଯୋଦ୍ଧା ମହାସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି । ବ୍ରିଜଭୂଷଣ ମହିଳା ରେସଲରମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଏବଂ ଜଣେ ନାବାଳିକାଙ୍କ ପ୍ରତି ଅସଦାଚରଣ କରିଥିବା ଅଭିଯୋଗ ସତ୍ତ୍ବେ ସରକାର ତାଙ୍କୁ ମହାସଂଘ ଅଧ୍ୟକ୍ଷ ପଦରୁ ନ ହଟାଇବା ସମସ୍ତଙ୍କୁ ଚକିତ କରିଛି । ବରଂ ନୂତନ ସଂସଦ ଭବନ ଉଦଘାଟନ ଦିନ ପୋଲିସ ଲଗାଇ ବଳପୂର୍ବକ ସେମାନଙ୍କୁ ଧାରଣାସ୍ଥଳରୁ ହଟାଇବା ଓ ସେମାନଙ୍କ ପ୍ରତି ଅମାନବିକ ବ୍ୟବହାର କରିବା ନେଇ ଖୁବ୍ ପ୍ରତିକ୍ରିୟାଶୀଳ ହୋଇଛନ୍ତି ରେସଲର । ତେଣୁ ସେମାନେ ଜିତିଥିବା ସମସ୍ତ ମେଡାଲ ସେମାନଙ୍କ ପାଇଁ ମୂଲ୍ୟହୀନ ବୋଲି କହିବା ସହ ପଦକ ସବୁକୁ ଗଙ୍ଗାରେ ବିସର୍ଜନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here