ଦେଶର ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ସ୍ଥାନ ପାଇବ ଓଡ଼ିଶା । ଏନେଇ ଦିଲ୍ଲୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଓଡ଼ିଶାକୁ ଆଇକନିକ ହେରିଟେଜର ମାନ୍ୟତା ମିଳିବ । ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ପ୍ରମୁଖ ୧୭ଟି ପର୍ଯ୍ୟଟନ ସ୍ଥଳୀ ତାଲିକାରେ ଓଡ଼ିଶାର ଗୋଟିଏ ବି ସ୍ଥାନ ସାମିଲ ହୋଇପାରି ନଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ଦେଖାଦେଇଥିଲା । କିନ୍ତୁ ଏବେ ପୁରୀ ଓ କୋଣାର୍କ ପରି ଜାଗା ଯାହା ଏହି ଆଇକନିକ ପର୍ଯ୍ୟଟନ ସ୍ଥଳୀରେ ସ୍ଥାନ ପାଇବା ଜରୁରୀ । ଏହାକୁ କେହି ଅଣଦେଖା କରି ପାରିବେ ନାହିଁ ବୋଲି ଦିଲ୍ଲୀରେ ଆୟୋଜିତ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି । ଚଳିତ ବର୍ଷରେ ଦେଶର ୧୭ଟି ପର୍ଯ୍ୟଟନ ସ୍ଥଳୀ ତାଲିକାରେ ସ୍ଥାନ ପାଇନଥିଲା ପୁରୀ କୋଣାର୍କ ପରି ଐତିହାସିକ ସ୍ଥାନ । ଫଳରେ ସବୁଠି ଉଦବେଗ ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here