23ରେ ବାହାରିବ 2019ର ଫଳ I  କୋଉ ନେତାଙ୍କ ଭାଗ୍ୟ କଣ ହେବ ? କିଏ ଜିତିବ, ଆଉ କିଏ ହାରିବ ? କାହା ସପକ୍ଷରେ ଭୋଟର ଦେଇଛନ୍ତି ରାୟ ? କେଉଁ ଦଳକୁ କ୍ଷମତାସୀନ କରାଇବେ ଜନତା ଜନାର୍ଦ୍ଦନ ? ଫଳାଫଳକୁ ନେଇ ନେତାଙ୍କ ହୃଦସ୍ପନ୍ଦନ ବଢି ଚାଲିଥିବା ବେଳେ ସମ୍ଭାବ୍ୟ ଫଳାଫଳକୁ ନେଇ ବିଭିନ୍ନ ମିଡିଆରେ ଭାଇରାଲ ହେଉଛି ସର୍ଭେ ରିପୋର୍ଟ. ତେବେ ବୁଥ୍ ଫେରନ୍ତା ଭୋଟରଙ୍କ ମୁଡକୁ ନେଇ ତକ୍ଷକ ଟିଭି ପ୍ରସ୍ତୁତ କରିଛି ଏକ ରିପୋର୍ଟ.

ରିପୋର୍ଟ କହୁଛି,  ଲୋକସଭା ନିର୍ବାଚନରେ 2014 ନିର୍ବାଚନ ଫଳ ତୁଳନାରେ ବିଜେଡି ପ୍ରଚଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହେବ. 2014ରେ ବିଜେଡିକୁ 21ଟି ଲୋକସଭା ଆସନରୁ 20ଟି ଆସନ ମିଳିଥିବା ବେଳେ ବିଜେପିକୁ ଗୋଟିଏ ଆସନ ମିଳିଥିଲା. ଏଥର ବିଜେଡି ହାତରୁ କିଛି ଆସନ ଛଡାଇ ନେବ ବିଜେପି. ଲୋକଙ୍କ ମୁଡ୍ କହୁଛି, ଏଥରକ ନିର୍ବାଚନରେ ବିଜେଡିକୁ 10ରୁ 12ଟି ଲୋକସଭା ଆସନ ମିଳିବ. ବିଜେପିକୁ 7ରୁ 9 ଏବଂ କଂଗ୍ରେସକୁ 2ଟି ଆସନ ମିଳିବାର ସମ୍ଭାବନା ରହିଛି. ବିଜେଡି ସପକ୍ଷରେ ବିଜୟ ସମ୍ଭାବନା ଥିବା ଆସନଗୁଡିକ ମଧ୍ୟରେ ରହିଛି ବରଗଡ, ସମ୍ବଲପୁର, ଭଦ୍ରକ, ଯାଜପୁର, ବଲାଙ୍ଗୀର, ପୁରୀ, କନ୍ଧମାଳ, କଟକ, ଜଗତସିଂହପୁର, ଆସ୍କା ଓ ବ୍ରହ୍ମପୁର.

ସେହିପରି ବିଜେପିର ବିଜୟ ସମ୍ଭାବନା ଥିବା ଆସନଗୁଡିକ ମଧ୍ୟରେ ରହିଛି ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, କେନ୍ଦ୍ରାପଡା, ଭୁବନେଶ୍ବର, ଢେଙ୍କାନାଳ, କୋରାପୁଟ ଓ କଳାହାଣ୍ଡି.

ନବରଙ୍ଗପୁର ଆସନରେ କଂଗ୍ରେସର ବିଜୟ ସମ୍ଭାବନା ରହିଛି.

ତେବେ କେତେକ ଆସନରେ ଫଳାଫଳ ଓଲଟା ହେବାର ସମ୍ଭାବନା ରହିଛି. ସୁନ୍ଦରଗଡ ଆସନରେ ଜୁଏଲ ଓରାମଙ୍କ ହାତରୁ ଆସନ ଖସିଯିବାର ସମ୍ଭାବନା ରହିଛି. ସେହିପରି ବାଲେଶ୍ବରରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ଭିତରେ ବିଜେଡିର ରବୀନ୍ଦ୍ର କୁମାର ଜେନା ଆସନ ହରାଇବାର ସମ୍ଭାବନା ରହିଛି. ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀ ମଧ୍ୟ ବିଜେଡି ହାତରୁ ଖସିଯିବାର ଯଥେଷ୍ଟ ସମ୍ଭାବନା ରହିଛି. କଳାହାଣ୍ଡିରେ ବିଜେଡି କିମ୍ବା ବିଜେପି ଆସନ ହାତେଇବାର ସମ୍ଭାବନା ରହିଛି.

LEAVE A REPLY

Please enter your comment!
Please enter your name here