ସମ୍ବଲପୁର ଜିଲ୍ଲାର ଏକ ଛୋଟିଆ ଗାଁ ରେ ଜନ୍ମ ଗ୍ରହଣ କରିଥିବା ଶେଷ ଦେବ ନିଜର କଠିନ ପରିଶ୍ରମ ଓ ଦୃଢ ସଂକଳ୍ପ ବଳରେ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି. ବର୍ତ୍ତମାନ ସେ ଜର୍ମାନୀର ଗଟିଂଗେନ୍ ବିଶ୍ୱବିଦ୍ୟାଳୟରେ ଆସୋସିଏଟ ରିସର୍ଚ୍ଚ ଭାବେ ନିଯୁକ୍ତି ପାଇଛନ୍ତି. 23 ବର୍ଷର ଶେଷ ଦେବ ମାତ୍ର 9 ବର୍ଷ ବୟସରେ ତାଙ୍କ ମା’ ଙ୍କୁ ହରାଇଥିଲେ. ଶେଷ ଦେବ କୁହନ୍ତି,  ମା’ ଙ୍କ ମୃତ୍ୟୁ ପରେ  ତାଙ୍କ ବାପାଙ୍କୁ ଦ୍ୱିତୀୟ ବିବାହ ପାଇଁ ଗାଁ ଲୋକ କହିଥିଲେ. ହେଲେ ବାପା ମୋ ପାଇଁ ଦ୍ୱିତୀୟ ବିବାହ ନ କରି ମୋ ପାଇଁ ଉଭୟ ବାପା ଓ ମା ହୋଇ ମୋର ସବୁ ଦାୟିତ୍ୱ ବହନ କରିଛନ୍ତି. ଆରମ୍ଭରୁ ମୁଁ ସ୍କୁଲ ଯାଇନଥିଲି. ନିଜକୁ ନିଜ ଠାରୁ ଇସ୍ତଫା ଦେଇ କେବଳ କ୍ଷେତରେ କାମ କରୁଥିଲି. ତା ପରେ ଯେତେବେଳେ ମୁଁ 6 ବର୍ଷର ହେଲି, ସେତେବେଳେ ସ୍କୁଲ ଯିବାର ସ୍ୱପ୍ନ ମୋ ମନକୁ ଆସିଥିଲା. ସ୍କୁଲ ଯିବାର ମୁଖ୍ୟ କାରଣ ଥିଲା ମଧ୍ୟାହ୍ନରେ ଦିଆଯାଉଥିବା ଭାତ ଓ ଡାଲି, ଯାହା ମୋର ସବୁଠୁ ପ୍ରିୟ ଖାଦ୍ୟ ଥିଲା. ହେଲେ ମୋ ପାଇଁ କଷ୍ଟ ଏହା ଥିଲା ଯେ, ମୋତେ ଓଡିଆ ଭାଷା ଜଣା ନଥିଲା ଏବଂ ସ୍କୁଲର ସବୁ ପାଠ୍ୟକ୍ରମ ଓଡିଆ ହିଁ ଥିଲା. ପ୍ରାଇମେରୀ ସ୍କୁଲରେ ପଢିବା ବେଳେ ମୁଁ ବହୁତ ଥର ମାଡ ଖାଇଛି କାରଣ ଓଡିଆରେ ମୁଁ ବହୁତ ଦୁର୍ବଳ ଥିଲି. 2006 ମସିହାରେ ଶେଷ ଦେବ ବାପାଙ୍କ ଦେହ ଖରାପ ହେବାରୁ ସେ ସବୁବେଳେ ବିଛଣାରେ ପଡିରହୁଥିଲେ.ଫଳରେ ଶେଷ ଦେବଙ୍କ ସଂଘର୍ଷ ଦୁଇଗୁଣା ହୋଇଗଲା. ଦି ପଇସା ରୋଜଗାର କରିବା ପାଇଁ ସେ ମୂଲ ଲାଗୁଥିଲେ ଓ ତା ମଧ୍ୟରେ ନିଜ ପଢାକୁ ମଧ୍ୟ ଜାରି ରଖିଥିଲେ. 2010 ମସିହାରେ ସିବିଏସଇ ଦଶମ ପରୀକ୍ଷାରେ 92 ପ୍ରତିଶତ ନମ୍ବର ରଖି ବିଜ୍ଞାନକୁ ପଢିବା ପାଇଁ ଚୟନ କରିଥିଲେ. ପରେ Regional Institute of Education, ଭୁବନେଶ୍ୱରରେ ଦୁଇ ବର୍ଷ ପଢିଥିଲେ ଓ ପରେ National Institute of Science, Education and Research (NISER)ରେ ଆଡମିସନ ନେଇଥିଲେ. Organic Metallic Catalysis lab ରେ ଯୋଗ ଦେବା ପରେ ସେ ଯୁବପିଢୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ବଡ ମଣିଷ ହେବା ପାଇଁ ବାହାର ଦେଶକୁ ଯିବା ଦରକାର. ଯେଉଁଠି ସେମାନେ ତାଙ୍କର ପ୍ରତିଭାକୁ ଦେଖାଇପାରିବେ.

LEAVE A REPLY

Please enter your comment!
Please enter your name here