ଏଣିକି ବାର୍ଷିକ ୩ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଆୟ ରାଶିଥିବା ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ଉଠାଇପାରିବେ । ପୂର୍ବରୁ ପରିବାର ପିଛା ବାର୍ଷିକ ଆୟ ରାଶି ୧ ଲକ୍ଷ ଟଙ୍କା ନିର୍ଦ୍ଦାରିତ କରାଯାଇଥିଲା । ମୁଖ୍ୟତଃ କ୍ୟାନସର, ହୃଦରୋଗ ଏବଂ କିଡ଼ନୀ ରୋଗ ପାଇଁ ଏବେ ଏହି ଆୟ ରାଶିକୁ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ସବୁଠାରୁ ବଡ଼ କଥା ହେଲା ଏହା କେବଳ ରାଜ୍ୟ ନୁହେଁ ବରଂ ରାଜ୍ୟ ବାହାରେ ଥିବା ଓଡ଼ିଆ ଲୋକମାନେ ଏହାର ଫାଇଦା ଉଠାଇ ପାରିବେ । ତେବେ ରାଜ୍ୟ ବାହାରେଥିବା କେନ୍ଦ୍ରୀୟ ହସ୍ପିଟାଲ ଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ହିତାଧିକାରୀଙ୍କୁ ଚିକିତ୍ସାସେବା ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ହତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଚିକିତ୍ସା ଟଙ୍କା ଜମା କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସବୁଠାରୁ ବଡ଼ କଥା ହେଲା ଯେ ଦେଶରେ ଥିବା ସମସ୍ତ ପ୍ରିମିୟର ହସ୍ପିଟାଲ୍ ଯଥା, ମୁମ୍ବାଇର ଟାଟା ମେମୋରିଆଲ୍ ହସ୍ପିଟାଲ, ସିଏମସି ଭେଲ୍ଲୋ, ନାରାୟଣ ହୃଦାଳୟ ଭଳି ପ୍ରତିଷ୍ଠିତ ହସ୍ପିଟାଲରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପଂଜିକୃତ ଥିବା ହିତାଧିକାରୀମାନେ ଏହାର ଫାଇଦା ଉଠାଇ ପାରିବେ । ଆନ୍ଧ୍ରପ୍ରଦେଶରେ ଥିବା ଆପୋଲ ହସ୍ପିଟାଲ, କେୟାର ହସ୍ପିଟାଲ, ସେଭେନ ହିଲ ହସ୍ପିଟାଲ ଓ ମହାତ୍ମା ଗାନ୍ଧି କ୍ୟାନସର ଇନଷ୍ଟିଚ୍ୟୁଟରେ ମଧ୍ୟ ଲୋକେ ଚିକିତ୍ସିତ ହୋଇପାରିବେ ।

LEAVE A REPLY

Please enter your comment!
Please enter your name here