ସାଧାରଣତଃ ଆଳୁ ଖାଇବାକୁ ସମସ୍ତେ ପସନ୍ଦ କରିନଥାନ୍ତି. ମଧୁମେହ ହେବାର ମୁଖ୍ୟ କାରଣ ଆଳୁ ବୋଲି ସମସ୍ତେ ଭାବିଥାନ୍ତି. ହେଲେ ଆଳୁ ଖାଇବା ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ତାହା କେହି ଜାଣିନଥାନ୍ତି. ଆଳୁରେ ଭିଟାମିନ୍ ‘ଏ’, ଭିଟାମିନ୍ ‘ସି’ ଓ ଆଇରନ୍ ରହିଥାଏ, ଯାହା କୋଲେଷ୍ଟ୍ରଲ ସହ ଲଢିବାରେ ସାହାଯ୍ୟ କରିଥାଏ. ସେଥିପାଇଁ ଚାଇନା ଓ ଜାପାନରେ ଲୋକମାନେ ଆଳୁକୁ ଫ୍ୟାଟ୍ ଅବସର୍ଭର ନାମରେ ଜାଣନ୍ତି. ଏହାଛଡା ଆଳୁ ଖାଇବା ଦ୍ୱାରା  ଆମ ହାର୍ଟ ସୁସ୍ଥ ରହିଥାଏ. ଏଥିରେ ଥିବା ଭିଟାମିନ ‘ଏ’ ଆମ ଆଖି ପାଇଁ ଉପକାରୀ ହେବା ସହ ଏଥିରେ ଥିବା ଭିଟାମିନ୍ ‘ସି’ ଆଣ୍ଟିବାୟୋଟିକ୍ ଭଳି କାମ କରିଥାଏ ଓ ଆମ ଶରୀରରୁ ବିଭିନ୍ନ ପ୍ରକାର ରୋଗକୁ ଦୂର କରିଥାଏ. ଏହାଛଡା ଆଳୁରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ, ଫସଫରସ୍ ରହିଥାଏ. ଏଥିରେ ଥିବା କ୍ୟାଲସିୟମ ଶରୀରକୁ ସୁସ୍ଥ ରଖିଥାଏ. ଆଳୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ. ବଢୁଥିବା ବୟସରେ ଆଳୁ ଖାଇବା ଅତ୍ୟନ୍ତ ଉପକାରୀ ହୋଇଥାଏ. ଏହାଛଡା ଏହା କିଡନୀ ଷ୍ଟୋନ ପାଇଁ ମଧ୍ୟ ଉପକାରୀ ସାବ୍ୟସ୍ତ ହୋଇଥାଏ. ଛୋଟ ସିଝା ଆଳୁ ଖାଇବା କିଡନୀ ଷ୍ଟୋନ ପାଇଁ ଲାଭଦାୟକ ହୋଇଥାଏ. ଏଥିରେ ଥିବା ବି କମ୍ପ୍ଲେକ୍ସ ଶରୀରକୁ ପତଳା କରିବାରେ ସାହାଯ୍ୟ କରିଥାଏ. ପତଳା ହେବା ପାଇଁ କେବଳ ସିଝାଆଳୁ ହିଁ ଉପକାରୀ ହୋଇଥାଏ.

 

LEAVE A REPLY

Please enter your comment!
Please enter your name here