ସାମୁଦ୍ରିକ ଘୁର୍ଣ୍ଣିବାତ୍ୟା ଫନି ଉଗ୍ର ରୂପ ନେଉଛି । ବର୍ତ୍ତମାନ ଓଡ଼ିଶା ମୁହାଁ ହୋଇଛି ଫନି । ଭଦ୍ରକ, ବାଲେଶ୍ୱରରେ ବାତ୍ୟା ଫନି ଲ୍ୟାଣ୍ଡଫଲ କରିପାରେ । ଏନେଇ ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଓଡ଼ିଶା ଉପରେ ଫନି ଅଧିକ ଭାରି ପଡ଼ିବ । ତିତିଲି ଅପେକ୍ଷା ଓଡ଼ିଶା ପାଇଁ ଏହାର ପ୍ରଭାବ ବେଶି ରହିବ ବୋଲି ଏଚ.ଆର ବିଶ୍ୱାସ କହିଛନ୍ତି । ଉପକୂଳ ଅଞ୍ଚଳରେ ଫନି ପ୍ରଭାବରେ ଘଣ୍ଟାପ୍ରତି ୧୫୦ ରୁ ୧୭୦ କିମି ବେଗରେ ପବନ ବହିବ । ତେଣୁ ଓଡ଼ିଶାରେ ସତର୍କତା ଅବଲମ୍ବନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଫନି ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here