ଆନ୍ଦୋଳନରୁ ଓହରିବାକୁ ଡ୍ରାଇଭରଙ୍କୁ ନିବେଦନ କରିଛନ୍ତି ମୁଖ୍ୟ ସଚିବ । କାଲିର ଆଲୋଚନା ପରେ ବି ଆନ୍ଦୋଳନ କରୁଥିବାରୁ ନିବେଦନ କଲେ । ଯେଉଁମାନେ ପ୍ରତିଶ୍ରୁତି ପରେ ମଧ୍ୟ ଆନ୍ଦୋଳନ କରୁଛନ୍ତି ସେମାନଙ୍କୁ ନିବେଦନ କରିଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା ।
ଡ୍ରାଇଭର ଆନ୍ଦୋଳନ ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ ସହଯୋଗ ଲୋଡିଛନ୍ତି । ୩ ମାସ ସମୟ ମଗାଯାଇଛି , ଆଶା କରୁଛୁ ଡ୍ରାଇଭରମାନେ ସହଯୋଗ କରିବେ ।
ଅନ୍ୟପଟେ ପ୍ରତିଶ୍ରୁତି ନୁହେଁ ଘୋଷଣା କରାଯାଉ ବୋଲି କହିଛନ୍ତି ଆନ୍ଦୋଳନକାରୀ ଡ୍ରାଇଭର । ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିବାକୁ କହିଛନ୍ତି ଆନ୍ଦୋଳନରତ ଡ୍ରାଇଭର । ପୂର୍ବରୁ ବହୁ ଥର ପ୍ରତିଶ୍ରୁତି ଦେଇ ବି ତାହାକୁ ପୂରଣ କରି ନାହାନ୍ତି। ତେଣୁ ଏଥର ପ୍ରତିଶ୍ରୁତି ନୁହେଁ, ଆମକୁ ଘୋଷଣା ଦରକାର। ଖୋଦ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରନ୍ତୁ। ’ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିବା ସତ୍ତ୍ୱେ ନିଜ ଜିଦ୍ରେ ଅଟଳ ରହିଥିବା ଡ୍ରାଇଭର ମହାସଂଘ ଏପରି କହିଛି।