ହୁହୁ ହୋଇ ବଢିଚାଲିଛି ସୁନା ଦର । ସର୍ବକାଳୀନ ରେକର୍ଡରେ ପହଞ୍ଚିଛି ସୁନାଦର । ମଙ୍ଗଳବାର ସୁନାଦର ବୃଦ୍ଧିପାଇ ୧୦ ଗ୍ରାମପ୍ରତି ୩୫,୯୧୫ରେ ପହଞ୍ଚିଛି । ଆନ୍ତର୍ଜାତିକ ସ୍ତରଠାରୁ ଆରମ୍ଭକରି ଉଭୟ ଜାତୀୟ ଏବଂ ରାଜ୍ୟ ମାନଙ୍କରେ ସୁନାଦର ମହଙ୍ଗା ହୋଇଛି । ସୁନାଦର ଯେଉଁ ଭଳି ଭାବେ ବୃଦ୍ଧି ପାଇବାରେ ଲାଗିଛି ୨୦୨୦ ସୁଦ୍ଧା ୧୦ଗ୍ରାମ ସୁନାର ଦର ୪୦ ହଜାର ଟପିବା ଆଶଙ୍କା କରାଯାଉଛି । ବବାହ ଋତୁ ସମୟରେ ଗହଣା ନିର୍ମାତା ସଂସ୍ଥାମାନେ ବହୁ ପରିମାଣର ସୁନା କିଣୁଥିବା କାରଣରୁ ସ୍ଥାନୀୟ ବଜାର ମାନଙ୍କରେ ସୁନା ମହଙ୍ଗା ହୋଇଛି । ଆନ୍ତର୍ଜାତିୟ ବଜାରରେ ସୁନା ଆଉନ୍ସ ପିଛା ଦର ୧୪୨୫ ଡଲାର ରହିଥିବା ବେଳେ ରୁପା ଦର ୧୬.୪୦ ଡଲାର ରହିଛି । ଏଠାରେସୂଚନାଯୋଗ୍ୟ ଅର୍ଥମନ୍ତ୍ରି ନିର୍ମଳା ସୀତାରମଣ ବଜେଟରେ ସୁନାର ଆମଦାନି ଶୁକ୍ଳକୁ ୧୦ ପ୍ରତିଶତ ରୁ ବଢାଇ ୧୨.୫ ପ୍ରତିଶତ କରିଥିଲେ । ଏହାବି ଦର ବୃଦ୍ଧିର ଏକ କାରଣ ପାଲଟି ଥାଇପାରେ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here