ଗତକାଲି ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗରେ କଂଗ୍ରେସରୁ ସସପେଣ୍ଡ ହୋଇଥିବା ସୁନ୍ଦରଗଡ ବିଧାୟକ  ଯୋଗେଶ ସିଂ ଶୁକ୍ରବାର ଇସ୍ତଫା ଦେଇଛନ୍ତି । ସେ ଉୟଭ ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଅନ୍ୟପଟେ ନିଲମ୍ବନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଯୋଗେଶ କହିଥିଲେ, ମୁଁ ସେମିତି କୌଣସି ଭୁଲ କରି ନାହିଁ ଯେଉଁଥିପାଇଁ ମୋତେ ନିଲମ୍ବନ କରାଗଲା । ମୁଁ କେବେ କୌଣସି ସ୍ଥାନରେ କଂଗ୍ରେସ ଛାଡ଼ିବି ବୋଲି କହିନାହିଁ । ମୁଖ୍ୟମନ୍ତ୍ରୀଙ୍କ ଭଲ କାମକୁ ପ୍ରଶଂସା କରିବା କ’ଣ ଦଳ ବିରୋଧୀ ମନ୍ତବ୍ୟ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ଯୋଗେଶ । ବରଂ ଜୋର ଦେଇ କହିଛନ୍ତି, ଏବେ ବି ମୁଁ ନବୀନଙ୍କୁ ପ୍ରଶଂସା କରୁଛି।

LEAVE A REPLY

Please enter your comment!
Please enter your name here