ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟସ ଆପ୍ ଜରିଆରେ ସମସ୍ତେ ଚାଟିଂ, ଭିଡିଓ କଲିଂ ଓ ଭଏସ କଲିଂ କରୁଥିବା ଆପଣ ନିହାତି ଭାବେ ଜାଣିଥିବେ. ମାତ୍ର ହ୍ୱାଟସ ଆପ୍ ମାଧ୍ୟମରେ କୋର୍ଟ ଛାଡପତ୍ର ମଞ୍ଜୁରୀ ଦେବା ଆପଣ କେବେ ଶୁଣିଛନ୍ତି ?  ହେଲେ ନାଗପୁରର ଏକ ଫ୍ୟାମିଲି କୋର୍ଟ ଭିନ୍ନ ଧରଣରେ ଛାଡପତ୍ର ମଞ୍ଜୁରୀ ଦେଇଛନ୍ତି. ନାଗପୁରରେ ରହୁଥିବା ପତି ଏବଂ ଆମେରିକାରେ ରହୁଥିବା ପତ୍ନୀଙ୍କ ଛାଡପତ୍ରକୁ ହ୍ୱାଟସ ଆପ୍ ଭିଡିଓ କନଫରେନ୍ସିଂ ଜରିଆରେ ମଞ୍ଜୁରୀ ଦେଇଛନ୍ତି ନାଗପୁର ଫ୍ୟାମିଲି କୋର୍ଟ. ଶୁଣାଣି ସମୟରେ ଉଭୟ ପତିପତ୍ନୀ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ. ଏହି ଦମ୍ପତି ନାଗପୁରର ବାସିନ୍ଦା. ମାତ୍ର 2013 ମସିହାରୁ ଏ ଦୁହେଁ ଆମେରିକାରେ ରହୁଥିଲେ. ଏହାପରେ 2017 ମସିହାରେ କୌଣସି କାରଣ ପାଇଁ ଦୁହେଁ ଅଲଗା ହୋଇଯାଇଥିଲେ ଏବଂ ପତି ନାଗପୁର ଫେରିଆସି ନାଗପୁର ଫ୍ୟାମିଲି କୋର୍ଟରେ ଡିଭୋର୍ସ ଫାଇଲ କରିଥିଲେ. ଆମେରିକାରେ ରହୁଥିବା ପତ୍ନୀଙ୍କୁ ନିଜ ଅଫିସରୁ ଛୁଟି ନ ମିଳିବାରୁ ସେ ଭାରତ ଆସିପାରି ନଥିଲେ. ପରେ କୋର୍ଟ ଦୁଇ ଜଣଙ୍କ ଡିଭୋର୍ସ ପାଇଁ କନସେଣ୍ଟ ଲେଟର ପଠାଇଥିଲେ. ପତି ନାଗପୁରରେ ସମସ୍ତ ଫର୍ମାଲିଟିଜ ପୂରା କଲେ ଏବଂ ପତ୍ନୀ ଜଣଙ୍କ ଆମେରିକାରେ ସମସ୍ତ ଫର୍ମାଲିଟିଜ ପୂରା କରି ଭାରତ ପଠାଇଲେ. ପରେ କୋର୍ଟ ସମସ୍ତ କାଗଜପତ୍ର ଯାଞ୍ଚ କରି ହ୍ୱାଟସ ଆପ୍ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଛାଡପତ୍ରକୁ ମଞ୍ଜୁରୀ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here