ଏପର୍ଯ୍ୟନ୍ତ ଭୁବନେଶ୍ବରରେ ଚାରିଜଣ କରୋନା ସଂକ୍ରମିତଙ୍କୁ ଠାବ କରାଯାଇଥିବା ବେଳେ ଭଦ୍ରକରେ ଜଣଙ୍କୁ ଚିହ୍ନଟ କରାଯାଇଥିଲା I ମାତ୍ର ଷଷ୍ଠ କରୋନା ସଂକ୍ରମିତ କଟକରେ ଠାବ ହେବା ପରେ ଭାଇଚାରାର ସହର କଟକବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି I କଟକରୁ ଚିହ୍ନଟ ହୋଇଥିବା ଏହି ସଂକ୍ରମିତ ବ୍ୟକ୍ତି ନିଜାମୁଦ୍ଦିନ ଧର୍ମ ସମ୍ମିଳନୀକୁ ଯାଇ କଟକ ଫେରିଥିଲେ I ମାତ୍ର ତାଙ୍କ ପାଖରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ନ ଥିଲା I ତେବେ ନିଜାମୁଦ୍ଦିନ ଫେରନ୍ତା ବ୍ୟକ୍ତିମାନଙ୍କୁ ଖୋଜି ପ୍ରଶାସନ ପରୀକ୍ଷା କରିବା ପରେ ତାଙ୍କ ପାଖରେ କରୋନା ପଜିଟିଭ ଥିବା ଜଣାପଡିଥିଲା I ଯେହେତୁ ସଂପୃକ୍ତ ବ୍ୟକ୍ତିଙ୍କର କୌଣସି ଲକ୍ଷଣ ନ ଥିଲା, ତେଣୁ ସେ ଆରାମରେ ସାମାଜିକ ମିଳାମିଶା କରୁଥିଲେ I ଏବେ ତାଙ୍କର କରୋନା ପଜିଟିଭ ବାହାରିବା ପରେ ସେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି, ଖୋଜା ଚାଲିଛି I ଏଭଳି ସଂକ୍ରମିତ ବ୍ୟକ୍ତି ନିଜେ ସାବଧାନ ନରହିଲେ ସଂକ୍ରମଣ ସଂଭାବନା ଆହୁରି ବଢିଯିବ I I

LEAVE A REPLY

Please enter your comment!
Please enter your name here