ଓଡିଶାରେ ଗୋଟିଏ ଦିନରେ ଚାରୋଟି କରୋନା ସଂକ୍ରମଣ ରୋଗୀ ଚିହ୍ନଟ I ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 9କୁ ବୃଦ୍ଧି ପାଇଛି I ଏପର୍ଯ୍ୟନ୍ତ ଓଡିଶାରେ ଏଗାରଶହରୁ ଅଧିକ ସ୍ବାବ୍ ନମୂନା ପରୀକ୍ଷା କରିଥିବା ବେଳେ 9 ଜଣଙ୍କ ପାଖରେ କରୋନା ପଜିଟିଭ୍ ବାହାରିଛି I କଟକରେ ଜଣଙ୍କର ପଜିଟିଭ୍ ବାହାରିବା ପରେ ଭୁବନେଶ୍ବର ବମିଖାଲ ଅଂଚଳରେ ତିନିଜଣଙ୍କର କରୋନା ପଜିଟିଭ୍ ବାହାରିବା ସମସ୍ତଙ୍କୁ ପୁଣି ଆତଙ୍କିତ କରିଛି I ତେବେ ତିନିଜଣ ଯାକ ସଂକ୍ରମିତ ବ୍ୟକ୍ତି ଦିଲ୍ଲୀରୁ ଫେରିଥିବା ସ୍ପଷ୍ଟ ହୋଇଛି I ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା 9 ଜଣଙ୍କ ସଂକ୍ରମିତଙ୍କ ମଧ୍ୟରୁ ଦୁଇଜଣ ସୁସ୍ଥ ହେବା ପରେ ସେମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି I ସେହିପରି ସଂକ୍ରମିତଙ୍କ ମଧ୍ୟରୁ ପଞ୍ଚମ ସଂକ୍ରମିତଙ୍କ ବ୍ୟତୀତ ଅନ୍ୟ ସମସ୍ତେ ରାଜ୍ୟ ବାହାରକୁ ଯାଇ ଫେରିଥିବା ବେଳେ ଶେଷ ଚାରିଜଣ ସଂକ୍ରମିତ ବ୍ୟକ୍ତି ନିକଟରେ ଦିଲ୍ଲୀରୁ ଫେରିଥିବା କୁହାଯାଉଛି I ତେଣୁ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ବ ଏକମାତ୍ର ବାଟ ବୋଲି କୁହାଯାଉଛି I କରୋନା ପଜିଟିଭ ବାହାରିଥିବା ତିନୋଟି ଯାକ ସହର ଭୁବନେଶ୍ବର, ଭଦ୍ରକ ଓ କଟକ ସହରକୁ ସଟ୍ ଡାଉନ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ କଡାକଡି ଭାବେ ଲାଗୁ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି I

LEAVE A REPLY

Please enter your comment!
Please enter your name here