ବହୁ ଖେଳାଳି କରୋନା ଆକ୍ରାନ୍ତ ହେବା ପରେ ଚଳିତ ସିଜନର ଆଇପିଏଲକୁ ବାତିଲ କରିଦିଆଯ଼ାଇଛି I ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ଏହା ଘୋଷଣା କରିଛନ୍ତି I ଚଳିତ ସିଜନର ଆଉ 31ଟି ମ୍ୟାଚ ବାକିଥିଲା I ଆଜି ସନରାଉଜର୍ସ ହାଇଦ୍ରାବାଦର ରିଦ୍ଦିମାନ ଶାହା ପଜିଟିଭ ଚିହ୍ନଟ ହୋଇଥିଲେ I ଚେନ୍ନାଇର ବୋଲିଂ କୋଚ୍ ବାଲାଜି ବି ପଜିଟିଭ୍ ଚିହ୍ନଟ ହୋଇଥିଲେ I ପୂର୍ବରୁ କୋଲକତାର ଦୁଇ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଥିଲେ I ଏଭଳି ଅନେକ ଖେଳାଳି ପଜିଟିଭ ଚିହ୍ନଟ ହେବା ପରେ ବିସିସିଆଇ ଚଳିତ ସିଜନର ଆଇପିଏଲ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା I

LEAVE A REPLY

Please enter your comment!
Please enter your name here