ପଦ୍ମପୁରରେ ବିଜେଡି-କଂଗ୍ରେସ ଡିଲ୍ ମନ୍ତବ୍ୟକୁ ପୁଣି ଦୋହରାଇଲେ ଜୟନାରାୟଣ । ଡିଲ୍ ନେଇ ସିଧାସିଧା ସେ ଟାର୍ଗେଟ କରିଛନ୍ତି । ସତ୍ୟକୁ ସମସ୍ତେ ମାନିବେ । ଡିଲ୍ ହୋଇଥିବା କଥା କଂଗ୍ରେସ ଓ ବିଜେଡି ଲୋକଙ୍କ ଠାରୁ ଶୁଣିବାକୁ ପାଇଛି । ସେମାନେ ସ୍ୱିକାର କରିଛନ୍ତି । କିନ୍ତୁ ମୋ ପାଖରେ ଡିଲ ସମୟର ଭିଡିଓ ନାହିଁ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି । ୨୦୨୪ରେ ବିଜେଡି-କଂଗ୍ରେସ ଡିଲ୍ କାମ ଦେବନି । ୨୦୨୪ରେ ଓଡିଶାରେ ବିଜେଡି-ବିଜେପି ମଧ୍ୟରେ ଲଢେଇ ହେବ ।
ସେହପରି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ଜୟନାରାୟଣଙ୍କ ଅଭିଯୋଗ ସତ । ପଦ୍ମପୁରରେ କଂଗ୍ରେସ ହାରିବା ପାଇଁ ସଂପୂର୍ଣ୍ଣ ଡିଲ୍ ହୋଇଥିଲା । ଦଳର ବହୁ ନେତା କଂଗ୍ରେସକୁ ହରାଇବା ପାଇଁ ସେଠାକୁ ଯାଇଥିଲେ । ଦଳକୁ ଜିତାଇବା ନୁହେଁ ବଂର ହରାଇବା ଥିଲା ସବୁ କଂଗ୍ରେସ ନେତାଙ୍କ ଲକ୍ଷ୍ୟ । ଏପରିକି ପରସ୍ପର ପଡୁନଥିବା ନେତା ସେଠାରେ ଏକାଠି ହୋଇଯାଇଥିଲେ । ଶରତ ପଟ୍ଟନାୟକ ନୀରିହ ଲୋକ , ତାଙ୍କୁ କଣ୍ଢେଇ ପରି ନଚାଉଛନ୍ତି ।

ଅଭିଯୋଗ ଉପରେ କଡା ଜବାବ୍ ଦେଇଛନ୍ତି କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ଡିଲ ନେଇ କେହି ପ୍ରମାଣ ଦେଲେ ରାଜନୀତିରୁ ଓହରିଯିବି । ବିନା ତଥ୍ୟ ପ୍ରମାଣରେ ଏପରି ନକହିବାକୁ ସେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here