କର୍ଣ୍ଠାଟକରେ କଂଗ୍ରେସ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି କସରତ । କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ପ୍ରଦେଶ କଂଗ୍ରେସ ସଭାପତି ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ଦୌଡରେ ଥିବାବେଳେ ନିଷ୍ପତ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାଡଗେ ଓ ଗାନ୍ଧି ପରିବାର ଉପରେ ନ୍ୟସ୍ତ ହୋଇଛି । ତିନିଜଣ ପର୍ଯ୍ୟବେକ୍ଷକ ନିର୍ବାଚିତ ବିଧାୟକଙ୍କ ସହ ଆଲୋଚନା ପରେ ଏଆଇସିସିକୁ ରିପୋର୍ଟ ଦେଇଛନ୍ତି । ତେବେ ଉଭୟ ସିଦ୍ଧରମେୟା ଓ ଶିବକୁମାର ନିଜ ଜିଦରେ ଅଟଳ ରହିଛନ୍ତି । ଆସନ୍ତା 24 ଘଣ୍ଟା ଭିତରେ ଏଆଇସିସି ସଭାପତି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବେ ବୋଲି ଆଶା କରାଯାଉଛି ।
ସିଦ୍ଧରମେୟା ଏହା ତାଙ୍କର ଶେଷ ନିର୍ବାଚନ ଏବଂ ବିଧାୟକଙ୍କ ସମର୍ଥନ ତାଙ୍କ ସପକ୍ଷରେ ରହିଛି ବୋଲି କହୁଥିବା ବେଳେ ଶିବକୁମାର ଅନୁରୁପ ଭାବେ ବିଧାୟକଙ୍କ ସଂର୍ଥନ ତାଙ୍କ ପକ୍ଷରେ ଅଛି ବୋଲି କହୁଛନ୍ତି । ଏପରିକି ଉଭୟ ନେତାଙ୍କ ସମର୍ଥକ ସର୍ବସାଧାରଣରେ ମୁହାଁମୁହିଁ ହୋଇସାରିଛନ୍ତି । ତେବେ ବରିଷ୍ଠତା ଦୃଷ୍ଟିରୁ ସିଦ୍ଧରମେୟାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାର ସମ୍ଭାବନା ଅଧିକ ରହିଛି ।

LEAVE A REPLY

Please enter your comment!
Please enter your name here