ବାରବାଟୀରେ ହାରିଲା ଟିମ୍ ଇଣ୍ଡିଆ । ବିଜୟୀ ହେଲା ଦକ୍ଷିଣ ଆଫ୍ରିକା । ଟି-ଟ୍ୱେଣ୍ଟିରେ ଭାରତକୁ ୪ ୱିକେଟରେ ହରାଇଛି ଭ୍ରମଣକାରୀ ଦଳ । ପ୍ରଥମେ ବ୍ୟାଟିଂ କରି ୧୪୮ ରନର ଟାର୍ଗେଟ ଦେଇଥିଲା ଭାରତ । ଜବାବରେ ୧୮ ଓଭର ୨ଟି ବଲରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା ଦକ୍ଷିଣଆଫ୍ରିକା । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୨-୦ ରେ ଆଗୁଆ । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୪୮ ରନ କରି ୬ ୱିକେଟ ହରାଇଥିଲା । ଦଳ ପାଇଁ ଶ୍ରେୟସ ଆୟାର ସର୍ବାଧିକ ୪୦ ରନ ସଂଗ୍ରହ କରିଥିବା ବେଳେ ଇଶାନ କିଶାନ ୩୪ ରନର ଇନିଂସ ଖେଳିଥିଲେ । ଶେଷ ଆଡକୁ ଦିନେଶ କାର୍ତ୍ତିକ ୩୦ରନର ପାଳି ଖେଳିଥିଲେ । ସେହପରି କ୍ଲାସେନଙ୍କ ବିସ୍ଫୋରକ ୮୧ ରନ ବଳରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି ।

LEAVE A REPLY

Please enter your comment!
Please enter your name here