କାଲିଠୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ । ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ବନ୍ଦ ଘୋଷଣା କଲେ ସରକାର । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଲାଗୁ ହେବ । ବେସରକାରୀ ଶିକ୍ଷାନୁଷ୍ଠାନ ନମାନିଲେ କାର୍ଯ୍ୟାନୁଷ୍ଠାନ ଲାଗୁ ହେବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀସୁରେଶ ପୂଜାରୀ । କାଲିଠାରୁ ଅଙ୍ଗନବାଡି ମଧ୍ୟ ବନ୍ଦ ରହିବ। ଖାଦ୍ୟ ଯୋଜନା ମାଧ୍ୟମରେ ଘରେ ଖାଦ୍ୟ ପହଂଚିବ । ଖରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାପାଳ ବଡ ନିଷ୍ପତ୍ତି ନେଇଥିଲେ ।