କୋଟିଆ ସୀମା ସୁରକ୍ଷାରେ ରାଜ୍ୟ ସରକାରଙ୍କ ବିଫଳତା, ପେଟ୍ରୋଲ ଦର ବୃଦ୍ଧି, ଶିଶୁ ଅପହରଣ, ନିର୍ଯାତନା ଓ ହିଂସାକାଣ୍ଡ ବୃଦ୍ଧି ଏବଂ ଚାଷୀଙ୍କୁ ଦୁଇ ହଜାର ବଦଳରେ 5 ହଜାର ଟଙ୍କା ଲେଖାଁ ଦେବାକୁ ଦାବିରେ କଂଗ୍ରେସ ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦେଇଛି । ସକାଳ 7ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବନ୍ଦ ଡାକରାକୁ ସମର୍ଥନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ତେବେ ବନ୍ଦ ସମୟରେ ସ୍ବାସ୍ଥ୍ୟସେବା ସହ ଜଡିତ କର୍ମଚାରୀ, ଦମକଳ, ଆମ୍ବୁଲାନ୍ସ ସେବାକୁ ବାଧା ନ ଦେବାକୁ ଆନ୍ଦୋଳନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here