ଉତ୍ସର୍ଗୀକୃତ ମନୋଭାବ ରଖି ନିରବଚ୍ଛିନ୍ନ ଭାବେ ସମାଜସେବା କରି ଆସୁଥିବା ମନୋରଂଜନ ମହାନ୍ତିଙ୍କୁ ଶ୍ରେଷ୍ଟ ସାମାଜିକ କର୍ମୀ ସମ୍ମାନ ପ୍ରଦାନ କରାଯାଇଛି । କଟକର ରୋଟାରୀ କ୍ଲବ ଓ ଡକ୍ଟର ଆସୋସିଏସନ ପକ୍ଷରୁ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ବିଚାରପତି ଜଷ୍ଟିସ ଏ.ଏସ. ନାଇଡୁ କଟକର ମନୋରଂଜନ ମହାନ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିବା ଗାଁ ଗହଳର ଅସହାୟ ଓ ଗରିବ ଲୋକମାନଙ୍କ ପାଖରେ କିପରି ସ୍ବାସ୍ଥ୍ୟସେବା ପହଞ୍ଚିପାରିବ, ସେଥିପାଇଁ ସେ ସହଯୋଗର ହାତ ବଢାଇଥାନ୍ତି ।

LEAVE A REPLY

Please enter your comment!
Please enter your name here