ରାଜ୍ୟରୁ ଖଣିଜ ସଂପଦ ଲୁଟିବା ପାଇଁ ଚାଲିଛି ବଡଧରଣର ଷଡଯନ୍ତ୍ର । ବିଦେଶୀ ଶକ୍ତି ଓଡିଶାର ଖଣିଜ ସଂପଦ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି । ତେବେ ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ । ବ୍ରହ୍ମଗିରିରେ ଏକ ଜନସଂପର୍କ ସମାବେଶରେ ଏହା କହିଛନ୍ତି ବିଜେଡିର ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା । ଜନ ସମାବେଶକୁ ଆହ୍ବାନ ଦେଇ ସଞ୍ଜୟ କହିଛନ୍ତି, ମା ମାନେ ଆମକୁ ପଣତକାନିରେ ଘୋଡେଇ ରଖନ୍ତୁ । ଆମକୁ ସତର୍କ ରହିବାକୁ ହେବ । ଏଭଳି ଷଡଯନ୍ତ୍ରକାରୀ ଶକ୍ତି ବିରୋଧରେ ଲଢେଇ କରିବାକୁ ହେବ । ଆମେ ଯେଉଁମାନେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସହ ସ୍ବାଭିମାନ ଆନ୍ଦୋଳନରେ ବ୍ରତୀ ଥିଲୁ, ଆମେ ମରିଯିବୁ ପଛେ, ସେଭଳି ରାଜନୀତି ସହ ସାଲିସ କରିବୁ ନାହିଁ ।

ସଞ୍ଜୟ କହିଛନ୍ତି, କିଛି ଲୋକ ଭାବୁଛନ୍ତି, ଆମେ ଯାହା ନିଷ୍ପତ୍ତି ନେବୁ, ତାକୁ ସମସ୍ତେ ଗ୍ରହଣ କରିନେବେ । ମାତ୍ର ତାହା ହେବ ନାହିଁ । ବ୍ରହ୍ମଗିରିକୁ ବିକାଶ ପ୍ରକ୍ରିୟାରେ ପଛକୁ ନେବା ପାଇଁ ଯେଉଁମାନେ ଷଡଯନ୍ତ୍ର କରୁଛନ୍ତି, ସେମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି ।

ବିଜେଡିର ସାଧାରଣ ସଂପାଦକ ଥିବା ସଞ୍ଜୟ ଦାସବର୍ମା ଗତ ସାଧାରଣ ନିର୍ବାଚନ ହାରିବା ପରଠାରୁ ଦଳ ଭିତରେ କୋଣଠେସା କରିଦିଆଯାଇଛି । ସେ ହାରିବା ପରେ ତାଙ୍କୁ ଯୋଜନାବୋର୍ଡ ଉପାଧ୍ୟକ୍ଷ କରାଯାଇଥିଲେ ହେଁ କିଛି ଦିନ ପରେ ତାଙ୍କୁ ବିନା କାରଣରେ ବାହାର କରିଦିଆଯାଇଛି । ଏବେବି ଉପାଧ୍ୟକ୍ଷ ପଦ ଖାଲି ପଡିଛି । ଦଳର ପ୍ରଭାବଶାଳୀ ଗୋଷ୍ଠୀ ଦାସବର୍ମାଙ୍କୁ କୋଣଠେସା କରିଦେଇଥିବାରୁ ସେ ଏଭଳି ଭୟଙ୍କର ତୀର ମାରିଥିବା କୁହାଯାଉଛି । ଏବେ ଦାସବର୍ମାଙ୍କ ତୀରର ଜବାବ ଦେଖିବାକୁ ଅପେକ୍ଷା ।

LEAVE A REPLY

Please enter your comment!
Please enter your name here