କୃଷକଙ୍କୁ ସହାୟତା ନେଇ ଶାସକ , ବିରୋଧୀ ଛକାପଞ୍ଝା । ଫସଲ ବୀମା ନେଇ ପଦ୍ମପୁରରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗ । ବୀମା କ୍ଲେମ ପାଇଁ ରାଜ୍ୟକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ପରେ କୃଷିମନ୍ତ୍ରୀ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଏହାପରେ ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମରୁଡି ପ୍ରଭାବିତ ଅଞ୍ଚଳ ପାଇଁ ଇନପୁଟ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହାୟତା ପାଇଁ ରାଜ୍ୟ ରାଜକୋଷରୁ ୨ ଶହ କୋଟି ଟଙ୍କା ବ୍ୟୟ ହେବ ।

LEAVE A REPLY

Please enter your comment!
Please enter your name here