ଛ ମାସ ଛୁଟିରେ ପଳେଇଲେ ଆଇଏଏସ ସୁଜାତା କାର୍ତ୍ତିକେୟନ । ନଭେମ୍ବର 26 ତାରିଖ ପର୍ଯ୍ୟନ୍ତ ସେ ଛୁଟି ନେଇଛନ୍ତି । ପିଲାର ଯତ୍ନ ପାଇଁ ସେ ଛୁଟି ନେଉଥିବା ଦର୍ଶାଇଥିବା ବେଳେ ଜୁନ 5 ତାରିଖରେ ସାଧାରଣ ପ୍ରଶାସନ ବିଭାଗ ତାଙ୍କୁ ଛୁଟି ମଂଜୁର କରିଥିବା ଜଣାପଡିଛି । ମିଶନ ଶକ୍ତି ମହିଳାଙ୍କୁ ନିର୍ବାଚନ ବେଳେ ପ୍ରଭାବିତ କରୁଥିବା ଅଭିଯୋଗ କରି ବିଜେପି ପକ୍ଷରୁ ତାଙ୍କୁ ଅନ୍ୟତ୍ର ବଦଳି କରିବାକୁ ଦାବି କରାଯାଇଥିଲା । ନିର୍ବାଚନ କମିଶନ ଏହି ପ୍ରଭାବଶାଳୀ ଆଇଏଏସ ଅଧିକାରୀଙ୍କୁ ମିଶନ ଶକ୍ତି ବିଭାଗରୁ ଅର୍ଥ ବିଭାଗକୁ ବଦଳି ଆଦେଶ ଦେଇଥିଲେ । ଜୁନ 10 ତାରିଖରେ ରାଜ୍ୟରେ ବିଜେପି ସରକାର ଶପଥ ନେବା ପୂର୍ବରୁ ଏହି ପ୍ରଭାବଶାଳୀ ଆଇଏଏସ ଅଧିକାରୀ ଛୁଟି ନେବା ପଛରେ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ନିର୍ବାଚନ ଫଳ ବିଜେପି ସପକ୍ଷରେ ଯିବା ପରେ ଭି.କେ. ପାଣ୍ଡିୟାନ ଏପର୍ଯ୍ୟନ୍ତ ସାମନାକୁ ଆସି ନ ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତିନି ପରାମର୍ଶଦାତା ପଦରୁ ତିନି ଅବସରପ୍ରାପ୍ତ ଆଇଏଏସ ଅପିସର ଇସ୍ତଫା ଦେଇସାରିଛନ୍ତି । ତେବେ ଚର୍ଚ୍ଚା ହେଉଛି, ରାଜ୍ୟରେ ବିଜେପି ସରକାର ଆସିବା ପରେ ବିଭିନ୍ନ ବିଭାଗରେ ହୋଇଥିବା ଲକ୍ଷ ଲକ୍ଷ କୋଟି ଟଙ୍କାର ଦୁର୍ନୀତିର ତଦନ୍ତ ଫାସରେ ଫସିବା ଭୟ ଏବେ ପ୍ରଶାସକଙ୍କୁ ଘାରିବା ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here